ଧୂଷୁରୀ ଠାରେ ବିଜେଡ଼ିର ମହିଳାସଭା ଅନୁଷ୍ଠିତ
ଧାମନଗର : ଧାମନଗର ବ୍ଳକ ଅନ୍ତର୍ଗତ ଧୂଷୁରୀ ପଂଚାୟତର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ବିଜୁ ଜନତାଦଳ ପକ୍ଷରୁ ଏକ ମହିଳାସମାବେଶ ଧୂଷୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଧର୍ମଶାଳାର ବିଧାୟକ ତଥା ଭଦ୍ରକ ଜିଲ୍ଳା ବିଜୁଜନତାଦଳ ପର୍ଯ୍ୟେବେକ୍ଷକ ପ୍ରଣବ ବଳବନ୍ତରାୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସହ ମିଶନଶକ୍ତି ମାଧ୍ୟମରେ ମହିଳାମାନଙ୍କ ପାଇଁ ଯେଉଁସବୁ ଯୋଜନା କରାଯାଇଛି ତା’ର ସୁଫଳ ନେବାପାଇଁ ଉପସ୍ଥିତ ମହିଳାମାନଙ୍କୁ ଶ୍ରୀଯୁକ୍ତ ରାୟ ଉଦ୍ବୋଧନ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ପଂଚାୟତ ସମିତିଅଧ୍ୟକ୍ଷ ଅଶୋକ କୁମାର ନାୟକ, ୧୩ନମ୍ବର ଜିଲ୍ଲାପରିଷଦ ଜୋନ୍ର ବିଜେଡ଼ି ପ୍ରାର୍ଥୀ ପ୍ରଦୀପ କୁମାର ମଲ୍ଲିକ, ମହିଳାନେତ୍ରୀ ନିବେଦୀତା ଜେନା, ସମାଜସେବୀ ଦୀଲ୍ଲିପ ମିଶ୍ର ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳାମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏଥିରେ ସରପଂଚ ପ୍ରାର୍ଥୀ ଓ ପ୍ରାର୍ôଥନୀ ଯୋଗଦେଇ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିଥିଲେ ।
