ଗାଁରେ ପାନୀୟ ଜଳ ସମସ୍ୟା, ଶୁଣିଲାନି ପ୍ରଶାସନ ! ଖୁରିପାଣିରେ ଭୋଟ ବର୍ଜନ କଲେ ୭୩ ପରିବାର
ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟ ଜଳ ସମସ୍ୟା ନେଇ ଗାଁର ୭୩ଟି ପରିବାର ଭୋଟ ବର୍ଜନ କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ ଫ୍ଲୋରାଇଡ ମିଶ୍ରିତ ପାନୀୟ ଜଳ ପିଇ ଗାଁର ଅନେକ ଲୋକେ କିଡନୀ ରୋଗରେ ପ୍ରାଣ ହରାଇଛନ୍ତି । ଏପରିକି ବର୍ତ୍ତମାନ ଗାଁର ୨୨ ଜଣ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।
ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ଦୀର୍ଘଦିନରୁ ପ୍ରଶାସନ ଓ ନେତା ମନ୍ତ୍ରୀଙ୍କୁୁୁ ଜଣାଇ ଆସୁଥିଲେ ମଧ୍ୟ କେହି ବି ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେଲେନି । ଏଣୁ ଏହାରି ପ୍ରତିବାଦରେ ଗାଁର ୭୩ଟି ପରିବାର ଭୋଟ ବର୍ଜନ କରିଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଡ. ପୁଷ୍ପାଞ୍ଜଳି ପଣ୍ଡା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଯାଇଥିଲେ ବି କିଛି ସୁଫଳ ମିଳିନଥିଲା ।
