ସରକାରୀ ବାସଭବନରୁ ମିଳିଲା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ
ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ଥାନାର କନଷ୍ଟେବଳ ତୋଫାନ ପାତ୍ରଙ୍କ ଝୁଲନ୍ତା ମୃତଦେହ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି। ତୋଫାନଙ୍କ ଘର କେନ୍ଦୁଝର ଜିଲା ଆନନ୍ଦପୁରରେ ବୋଲି ଜଣାପଡିଛି । ସେ ଦୀର୍ଘ ଦିନ ହେଲା ତିହିଡ଼ି ଥାନାରେ କାର୍ଯ୍ୟରତ ଥିଲେ।
ତୋଫାନ ପାତ୍ରଙ୍କ ମୃତଦେହ ଥାନା ପରିସରରେ ଥିବା ତାଙ୍କ ସରକାରୀ ବାସଭବନରୁ ମିଳିଛି । ସେ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଥିଲେ। ତିହିଡ଼ି ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପତ୍ନୀଙ୍କ ସହ ତିକ୍ତ ସଂପର୍କ ଯୋଗୁଁ ସେ କନେଷ୍ଟବଳ ତୋଫାନ ପାତ୍ର ମାନସିକ ଅଶାନ୍ତିରେ ଥିଲେ ବୋଲି କୁହାଯାଉଛି । ସମ୍ଭବତଃ ଏହି କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
