ପଧାନୀ ପଂଚାୟତରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଟକ୍କର
ଧାମନଗର : ଧାମନଗର ବ୍ଳକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଉମାତ୍ର ୭ଦିନ ବାକିରହିଲା । ଯାହାକି ଚଳିତ ମାସ ୨୪ତାରିଖ ଦିନ ଧାମନଗର ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ତିନି ରାଜନୈତକ ଦଳ ମଧ୍ୟରେ ପ୍ରଚାର ଯୋରସୋର ହେଉଥିବାବେଳେ ବିଶେଷ କରି ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି । କେଉଁ ଦଳ ସଭାସମିତି କରି ଭୋଟରଙ୍କୁ ଆକୃଷ୍ଠ କରୁଥିବାବେଳେ କେଉଁଦଳ ବାଇକ୍ରାଲିକରି ଭୋଟରଙ୍କୁ ମଧ୍ୟ ଆକୃଷ୍ଠ କରୁଛନ୍ତି । ଆଜି ପଧାନୀ ପଂଚାୟତର ବିଜେପି ପକ୍ଷରୁ ସରପଂଚ ପ୍ରାର୍ଥୀ ଅଶୋକ କୁମାର ପୁହାଣ ଓ ସମିତିସଭ୍ୟ ପ୍ରାର୍ଥିନୀ ରଶ୍ମିପ୍ରଭା ରାଉତ ବିରାଟ ବାଇକରାଲିରେ ପଂଚାୟତର ବିଭିନ୍ନ ଗାଁ ବୁଲି ଭୋଟରମାନଙ୍କୁ ଆକୃଷ୍ଟକରୁଥିବାର ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି ପଧାନୀ ପଂଚାୟତର ଭାରତୀୟ ଜନତାପାର୍ଟି ତା’ର ଦବଦବା ଜାରିରଖିଥିବାବେଳେ ବିଜେଡ଼ିକିନ୍ତୁ କଣ୍ଟାଭାବରେ ଲାଗିରହିଛି ।
ସୂଚନାଥାଉକି ଉକ୍ତ ପଂଚାୟତର ଦୁଇଦୁଇଥର ଅଶୋକ ପୁହାଣ ଓ ତାଙ୍କ ସ୍ତ୍ରୀ ସୁଜାତା ପୁହାଣ ସରପଂଚ ଭାବେ ଉକ୍ତ ପଂଚାୟତରେ ରହି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକରି ଲୋକମାନଙ୍କ ସହଯୋଗରେ ପୁଣି ତୃତୀୟଥର ସରପଂଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ମଇଦାନକୁ ଅବତିର୍ଣ୍ଣ ହୋଇଥିବାବେଳେ ସମିତିସଭ୍ୟ ଭାବେ ରଶ୍ମିପ୍ରଭା ରାଉତ ପ୍ରାର୍ଥୀ ହୋଇଛନ୍ତି । ହେଲେ ଅଶୋକଙ୍କୁ ଗାଦିଚ୍ୟୁତ କରିବାପାଇଁ ଉକ୍ତ ପଂଚାୟତର କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ମିଳିତ ମେଣ୍ଟକରି ପୂର୍ବତନ ସମିତିସଭ୍ୟ ଶରତଚନ୍ଦ୍ର ସାହୁ ସରପଂଚ ପ୍ରାର୍ଥୀଭାବେ ନିର୍ବାଚନ ମଇଦାନକୁ ଅବତିର୍ଣ୍ଣ ହୋଇଥିବାବେଳେ ଯୁବସମାଜସେବୀ ବିରଂଚି ମହାଳିକ ବିଭିନ୍ନ ସମୟରେ ଉକ୍ତ ପଂଚାୟତର ଲୋକସେବାକରୀ ଲୋକଙ୍କ ମନକୁ ଜିଣିଥିବାବେଳେ ତାଙ୍କ ସ୍ତ୍ରୀ କଣ୍ଢେଇ ରାଉତଙ୍କୁ ସମିତିସଭ୍ୟ ପ୍ରାର୍ଥୀଭାବରେ ଛିଡ଼ାକରାଇଛନ୍ତି । ସୂଚନାଥାଉକି ଉକ୍ତ ପଂଚାୟତର ପୂର୍ବ ନିର୍ବାଚନରେ ପରିବର୍ତ୍ତନ ସାମୁଖ୍ୟ ଗଠନ କରି ବିଜେପିକୁ ଟକ୍କର ଦେଇଥିବାବେଳେ ଅଶୋକ ପୁହାଣ ସେଠାରେ ସରପଂଚ ଭାବେ ବିଜୟଲାଭ କରିଥିଲେ ଏବଂ ପରିବର୍ତ୍ତନ ସାମୁଖ୍ୟରୁ ମାନସ ବାରିକ ସମିତିସଭ୍ୟଭାବେ ନିର୍ବାଚିତ ହୋଇଥିଲେ । ହେଲେ ଏଥର ସମ୍ପୁର୍ଣ୍ଣଭାବରେ ଅଙ୍କ ଓଲଟା ହୋଇଛି । ଅଶୋକଙ୍କ ପଥ ଓଗାଳିବା ପାଇଁ ମେଣ୍ଟ ମଧ୍ୟ ସମ୍ପୁର୍ଣ୍ଣ ସଜାଗ ଦୀର୍ଘ ୩୦ବର୍ଷ ଧରି ରାଜନିତୀରେ ପାରଦର୍ଶିତା ଥିବା ଅଶୋକ କିନ୍ତୁ ବିରୋଧିଙ୍କୁ କଡ଼ା ଜବାବ ଦେଉଛନ୍ତି । ତେବେ ଆଗାମୀ ନିର୍ବାଚନରେ ବାକିରହିଲା ଉକ୍ତ ପଂଚାୟତରେ କିଏ ଆସନ ଅଳଙ୍କୃତ କରିବ ।
