ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର କାର୍ଯ୍ୟକାରିଣୀ ବୈଠକ
ତିହିଡ଼ି : ଭଦ୍ରକ ଜିଲ୍ଲା ସ୍ଥିତ ନାରାୟଣ ସେବା ଓ ସାହିତ୍ୟ ଗବେଷଣା ପରିଷଦର କାର୍ଯ୍ୟକାରିଣୀ ବୈଠକ ବିଭୂତିଭୂଷଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି । ସର୍ବପ୍ରଥମେ କବୟିତ୍ରୀ ପୁଷ୍ପାଞଳି ତ୍ରିପାଠୀ ବନ୍ଦେଉତ୍କଳୀ ଗାନ କରିବାପରେ ପରିଷଦର ସଂପାଦିକା ସଂଯୁକ୍ତା ଭାରତୀ ସଂପାଦକୀୟ ବିବରଣୀ ପାଠ କରିଥିଲେ ।ଆଗାମୀ ଦିନରେ ସଭ୍ୟସଂଖ୍ୟା ବୃଦ୍ଧି ଓ ପାଣ୍ଠି ସଂଗ୍ରହ ଦିଗରେ ସମସ୍ତ ସଭ୍ୟ ତତ୍ପର ହେବାକୁ ମୁଖ୍ୟ ଉପଦେଷ୍ଟା ଦୈତାରି ମହାପାତ୍ର କହିଥିଲେ । ସ୍ମୃତିଗୈାରବର ପ୍ରଥମ ସଂକଳନ କାନ୍ତକବି ଜୀବନୀ ଓ ତାଙ୍କ ସାହିତ୍ୟକୃତି ଉପରେ ଆଧାରିତ ହୋଇଥିବାରୁ ଆନନ୍ଦ ପ୍ରକାଶ କରାଗଲା । କାନ୍ତକବିଙ୍କ ଗଳ୍ପ,କବିତା, ନାଟ୍ୟ ଓ ବନ୍ଦେଉତ୍କଳଜନନୀ ବେଶ୍ ପାଠକୀୟ ଆଦୃତି ହୋଇଥିବାରୁ ମୁଖ୍ୟ ସଂପାଦକ ଓ ସଂପାଦକଙ୍କୁ ପରବର୍ତ୍ତୀ ସଂଖ୍ୟା ବ୍ୟାସ କବିଙ୍କ ଜୀବନୀ ଭିତ୍ତିକ ଗବେଷଣାଧର୍ମୀ ପ୍ରବନ୍ଧ ପ୍ରକାଶ କରିବା ପାଇଁ ଦୃଷ୍ଟି ଆକର୍ଷଣ କରାଗଲା । କାନ୍ତକବିଙ୍କ ଜୀବନୀ ଆଦର୍ଶଉପରେ ପ୍ରଶ୍ନପତ୍ର ପ୍ରସ୍ତୁତ କରି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସବିଶେଷ ଅବଗତ କରିବା ସହିତ ଜାତୀୟ ସ୍ରୋତରେ ଅନୁପ୍ରାଣିତ କରିବା ପାଇଁ ଏକ କମିଟ ଗଠନ କରାଗଲା । ସେଥିରେ ନିତ୍ୟାନଂଦ ମଲ୍ଲିକ,( ତିହିଡି ବ୍ଲକ ), ମଥୁରାମୋହନ ବେହେରା,ଶୀତଳ କୁମାର ବେହେରା,ଆଶୁତୋଷ କରରଣ, ଶଚୀକାନ୍ତ ପଣ୍ଡା (ଧାମନଗର ବ୍ଲକ), ମନୋଜ ଭଳ, (ଚାନ୍ଦବାଲି ବ୍ଲକ)ଧୀରୋଦାତ୍ତ ସେନାପତି,ବିଶ୍ୱମୈତ୍ରୀ ନାୟକ, ସୁଶାନ୍ତ କୁମାର ପଣ୍ଡା, ପ୍ରତିମା ସେନାପତି ଓ ଦେବେନ୍ଦ୍ରନାଥ ମହାଳିକଙ୍କ ସମେତ ସଂପାଦକ ସଂଯୁକ୍ତା ଭାରତୀ ଓ ସଭାପତି ବିଭୂତିଭୂଷଣ ସେନାପତିଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହେବା ପାଇଁ ଆଜିକାର ବୈଠକରେ ନିଷ୍ପତ୍ତି ନିଆଗଲା । ଓଡିଆ ଭାଷା ସାହିତ୍ୟର ମାନବୃଦ୍ଧି ସହିତ ଉତ୍କଳର ମହାମାନବଙ୍କ ଜୀବନୀ ଭିତ୍ତିକ ପର୍ଯ୍ୟାଲୋଚନା କରିବା ଦିଗରେ ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ସମସ୍ତ ସଭ୍ୟ ମତ ବ୍ୟକ୍ତ କରିଥିଲେ । ଉକ୍ତ ପରିଷଦ ସରକାରଙ୍କ ଦ୍ୱାରା ପଞୀକୃତ ହୋଇଥିବାରୁ ଆନନ୍ଦ ପ୍ରକାଶ କରାଗଲା । ପୁଷ୍ପାଞଳି ତ୍ରିପାଠୀ, ଉପସଭାପତି ଗୋପାଳ ପ୍ରସାଦ ମହାପାତ୍ର, ଶିକ୍ଷାବିତ୍ ଅଭୟ ଦାସ, ବଳରାମ ସେନାପତି, ଶାନ୍ତିଲତା ଗିରି, ଉପଦେଷ୍ଟା ଶଚିକାନ୍ତ ପଣ୍ଡା ଓ ଦୀନବନ୍ଧୁ ପତିଙ୍କ ପ୍ରଭୃତି କାର୍ଯ୍ୟକାରିଣୀ ସଦସ୍ୟ ଓ ଉପଦେଷ୍ଠା ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ ।
