ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ
ତିହିଡ଼ି : ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇ ଯାଇଛି । ଅଧ୍ୟକ୍ଷ ଅକ୍ଷୟ କୁମାର ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାୟକ, ବାନଶଡା ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ସିଂ, ସମାଜସେବୀ ନରେଶ ଚନ୍ଦ୍ର ରଥ ,ଅଧ୍ୟାପିକା ସଂଯୁକ୍ତା ଭାରତୀ, ଅଧ୍ୟାପକ ମୁକ୍ତିକାନ୍ତ ସେଠୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଆତ୍ମ ବିଶ୍ୱାସ ସହିତ ପରିସ୍ଥିତିର ମୁକାବିଲା କରିବା ପାଇଁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ।ରେଡକ୍ରସ ଜିଲ୍ଲା ସଂଯୋଜକ ଗୋପାଳ ପ୍ରସାଦ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ କାର୍ଯକ୍ରମ ସଂଯୋଜକ ରାଜକିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ଆଠ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୫୦ ଜଣ ଛାତ୍ରୀଙ୍କୁ ଲିପସାରାଣୀ କର ଓ ପ୍ରୀତିଛନ୍ଦା ଖଟୁଆ ପ୍ରଶିକ୍ଷଣ ଦେଇଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କାର୍ଯ୍ୟାଳୟ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
