ନେତାଜୀଙ୍କ ଜନ୍ମସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
କଟକ : ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ଓଡିଆବଜାରସ୍ଥିତ ନେତାଜୀ ସେବା ସଦନଠାରେ ବ୍ଲଡ ଡୋନର କାଉନସିଲ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ସ୍ତମ୍ଭକାର ତଥା ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ । ଏଥିରେ କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହାତାବ, ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ସେଣ୍ଟ ଜନ୍ ଆମ୍ବୁଲାନ୍ସର ଅବୈତନିକ ସଂପାଦକ ତଥା କମିଶନର ଡ. ସନତ ପଟ୍ଟନାୟକ, ଡ. ପ୍ରକାଶ ଚନ୍ଦ୍ର୍ର ସାହୁ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ବିଜେଡିର ରଂଜନ ବିଶ୍ୱାଳ, ମଧୁସୂଦନ ସାହୁ, ବିଜେପି ନେତା ପୃଥିରାଜ ହରିଚନ୍ଦନ, ନୟନ କିଶୋର ମହାନ୍ତି, ଡା. ରବି ରଂଜନ ସାହୁ, ଇଂ ନରେଶନାଥ ଦୀକ୍ଷିତ, କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାରର ନିର୍ଦ୍ଦେଶକ ଡା. ଚନ୍ଦ୍ରିକା ପ୍ରସାଦ ଦାସ, ବିଶ୍ୱ ହିନ୍ଦୁ ପରିଷଦର ଦୀନେଶ ଚନ୍ଦ୍ରା, ପ୍ରଜ୍ଞା ମହଲା ପ୍ରମୁଖ ଯୋଗଦେଇଥିଲେ । ବ୍ଲଡ ଡୋନର କାଉନସିଲର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଚୈାଧୁରୀ ଓ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବିର ପରିଚାଳନାରେ ଶିବିରରୁ ମୋଟ୍ ୧୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ପରିଚାଳନାରେ ଜ୍ୟୋତିର୍ମୟ ଦାସ, ଡା. ବିକାଶ କୁମାର ପ୍ରସାଦ, ପୁଷ୍ପିତା ମହାପାତ୍ର, ସୀମା ଦାଶ, କୃଷ୍ଣପ୍ରସାଦ ଶତପଥୀ, ପ୍ରକାଶ କର, ମନୋରମା ଦାଶ, ଲିପ୍ତିମୟୀ ମହାନ୍ତି, ପାର୍ବତୀ ସେବା ସଦନ ଓ କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ସହଯୋଗ କରିଥିଲେ ।
