ଓଏମପି ମାର୍କେଟ କମ୍ପେ୍ଲକ୍ସରୁ ଜବର ଦଖଲ ଉଚ୍ଛେଦ ଦୁଇ ବଖରା ସିଲ, ଗୋଟିଏ ଭାଙ୍ଗିଲା ସିଏମସି ଶୁକ୍ରବାର ପୂର୍ବରୁ ଉଠିଯିବାକୁ ନୋଟିସ୍ ଜାରି
କଟକ : କଟକ ମହାନଗର ନିଗମ(ସିଏମସି) ଅଧୀନରେ ଥିବା ଓଏମପି ଛକସ୍ଥିତ ମାର୍କେଟ କମ୍ପେ୍ଲକ୍ସରେ ଆଜି ପୂର୍ବାହ୍ନରେ ସିଏମସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ସିଏମସି ଓ ସିଡିଏ ଏନଫୋର୍ସମେଣ୍ଟ ଟିମ ମାର୍କେଟ କମ୍ପେ୍ଲକ୍ସରେ ପହଂଚି ବେଆଇନ ଭାବେ ଗଢି ଉଠିଥିବା ଗୋଟିଏ ଦୋକାନ ଘରକୁ ଭାଙ୍ଗିଦେବା ସହ ଅନ୍ୟ ଦୁଇଟିରେ ତାଲା ପକାଇ ସେଥିରେ ଜଉମୁଦ ଦେଇ ସିଲ କରିଦେଇଛନ୍ତି । ଏହି ଉଚ୍ଛେଦ ବେଳେ ଘଟଣାସ୍ଥଳରେ ବହୁ ଲୋକ ରୁଣ୍ଡ ହେବାରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚାଉଳିଆଗଞ୍ଜ ଥାନା ପୋଲିସକୁ ମୁତୟନ କରାଯାଇଥିôଲା । ପ୍ରକାଶ ଥାଉକି, ସିଏମସି ପକ୍ଷରୁ ନିର୍ମାଣ କରାଯାଇଥିବା ଓଏମପିସ୍ଥିତ ମାର୍କେଟ କମ୍ପେ୍ଲକ୍ସ ପରିସରରେ ଦୀର୍ଘ ଦିନ ଧରି ବହୁ ଲୋକ ଖାଲି ସ୍ଥାନରେ ବେଆଇନ ନିର୍ମାଣ କରି ବ୍ୟବସାୟ ଚଳାଇ ଆସୁଥିଲେ । ଏପରିକି ଯା’ଆସ କରିବା ଓ ଅନ୍ୟ ଦୋକାନରେ ପହଂଚିବା ପାଇଁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପୂର୍ବରୁ ବହୁବାର କର୍ତ୍ତୃପକ୍ଷ ତାଗିଦ୍ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନଥିଲା । ବିଶେଷକରି କେତେକ ଅସାମାଜିକ ପ୍ରକୃତିର ଲୋକ ଏକାଧିକ ସ୍ଥାନ ଜବର ଦଖଲ କରି ଭଡା ଦେଉଥିବା କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଆଜି ଉଚ୍ଛେଦ ସମୟରେ ଘଟଣା ସ୍ଥଳରେ ଉପସ୍ଥିତ ଅଧିକାରୀ ବେଆଇନ ଭାବେ ବ୍ୟବସାୟ ଚଳାଉଥିବା ଦୋକାନୀମାନଙ୍କୁ ତୁରନ୍ତ ଉଠିଯିବା ପାଇଁ ଦୁଇ ଦିନ ମହଲତ ଦେଇଥିଲେ । ତେବେ ଶୁକ୍ରବାର ସୁଦ୍ଧା ଯଦି ସେମାନେ ଉକ୍ତ ସ୍ଥାନ ଖାଲି ନ କରନ୍ତି ତେବେ ସେମାନଙ୍କୁ ଉଚ୍ଛେଦ କରାଯିବ ବୋଲି ସିଏମସି ପକ୍ଷରୁ ଆଜି ନୋଟିସ୍ ଜାରି କରାଯାଇଛି । ସିଏମସି ଓ ସିଡିଏ ଏନଫୋର୍ସମେଣ୍ଟ ଟିମ୍ ସଦସ୍ୟମାନଙ୍କ ସମେତ ସିଏମସି ଡେପୁଟି କମିଶନର ଅମୀୟ ପଣ୍ଡା ଓ ସିଡିଏ ଏନଫୋର୍ସମେଣ୍ଟ ଟିମ୍ର ମୁଖ୍ୟ ପରେଶ କୁମାର ନାୟକ ଏହି ଉଚ୍ଛେଦ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।
