ସେକ୍ସ ର୍ୟାକେଟ ଠାବ ରାଣୀ ମହୁମାଛି ସହିତ ୫ ଯୁବତୀ, ଜଣେ ଗ୍ରାହକ ଓ ଜଣେ ଦଲାଲଙ୍କୁ ଧରିଲା ପୋଲିସ
କଟକ : ବାଦାମବାଡି ଥାନା ଅନ୍ତର୍ଗତ ସୂର୍ଯ୍ୟବିହାରରେ ଏକ ସେକ୍ସ ର୍ୟାକେଟ୍ ଠାବ କରିଛି ବାଦାମବାଡି ପୋଲିସ । ବହୁ ଦିନ ଧରି ଏଠାରେ ସେକ୍ସ ର୍ୟାକେଟ ଚାଲିଥିବାର ଖବର ମିଳିବା ପରେ ବାଦାମବାଡି ଥାନା ପୋଲିସ ଆଜି ଅଚାନକ ସେଠାରେ ଚଢଉ କରିଥିଲା । ଚଢଉ ବେଳେ ରାଣୀ ମହୁମାଛି ସହିତ ୪ ଦେହଜୀବୀ, ଜଣେ ଦଲାଲ ଓ ଜଣେ ଗ୍ରାହକ ପୋଲିସ ହାବୁଡରେ ପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବାଦାମବାଡି ଥାନା ଅନ୍ତର୍ଗତ ଲିଙ୍କରୋଡ ସୂର୍ଯ୍ୟବିହାର ଅଂଚଳରେ ଦେବ ବ୍ୟବସାୟ ଚାଲିଥିବା ନେଇ ପୋଲିସକୁ ସୁରାକ ମିଳିଥିଲା । ବାଦାମବାଡି ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲସର ଏକ ଦଳ ସେଠାରେ ଚଡଉ କରିଥିଲେ । ଚଢଉରେ ୫ ଜଣ ଯୁବତୀ ଓ ଜଣେ ଦଲାଲ ଧରାପଡିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।
