ମୋପେଡକୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ, ଜଣେ ଗୁରୁତର
ନୟାଗଡ଼ : ନୟାଗଡ଼ ଜିଲା ରଣପୁର ଥାନା ସାନଗଡ ଛକରେ ଦୁର୍ଘଟଣା । ଟ୍ରକ୍ ସହ ଧକ୍କା ହେଲା ମୋପେଡ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ମୃତକ ହେଲେ କଙ୍କିଆ ଗାଁର ରଙ୍କନାଥ ବଳିଆରସିଂ । ଗୁରୁତର ଗୌରାଙ୍ଗ ଗାଁର ରାମଚନ୍ଦ୍ର ରଥଙ୍କୁ ଭୂବନେଶ୍ବର ସ୍ଥାନାନ୍ତର ।
ସୂଚନା ଯେ, ମଧୁବାସନ୍ତି ଗଣନାଟ୍ୟର ଟ୍ରକଟି ନୟାଗଡ ପଟୁ ରଣପୁର ଅଭିମୁଖେ ଯାଉଥିବା ସମୟରେ ସାନଗଡ ଛକରେ ଟିଭିଏସ୍ ଗାଡିକୁ ଧକ୍କା ଦେଇଥିଲା । ଟ୍ରକର ଚକା ରଙ୍କନାଥଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଗୁରୁତରଙ୍କୁ ମେଡିକାଲ୍ ସ୍ଥାନାନ୍ତର କରିଥିଲେ । ଦୁର୍ଘଟଣା ଘଟାଇ ଟ୍ରକ୍ ପଳାଯାଉଥିବାବେଳେ ସ୍ଥାନୀୟ ଲୋକମାନେ ପିଛାକରି ଟ୍ରକ୍ ଏବଂ ଡ୍ରାଇଭରକୁ ଅଟକାଇ ପୋଲିସ ଜିମା ଦେଇଛନ୍ତି ।
