ଜ୍ୟୋତିରଞ୍ଜନକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ
ଦଶପଲ୍ଲା : ଦଶପଲ୍ଲା ଏନଏସି ଅନ୍ତର୍ଗତ ସାତପାଟଣାର ଜ୍ୟୋତିରଂଜନ ବେହେରା ଆମେରିକାର ଟେକ୍ସୋସ୍ ରାଜ୍ଯର ଗାଲଭିଷ୍ଟିନ୍ ସହରରେ ଅନୁଷ୍ଠିତ ଗାର୍ଡେନ ଅନୁସନ୍ଧାନ ସମ୍ମିଳନୀରେ ଯୋଗଦେଇ ଦେଶ ଓ ରାଜ୍ଯ ପାଇଁ ଗୌରବ ଆଣିଛନ୍ତି। ଏହି ଆନ୍ତର୍ଜାତିକ ସମ୍ମିଳନୀରେ ୨୦ରୁ ଅଧିକ ଦେଶର ବୈଞାନିକ ଭାଗନେଇ ଖାଦ୍ୟ ଶସ୍ଯ ଉପରେ ତୈଳ ଗୁଣବତ୍ତା ଓ ଉତ୍ପାଦନ କିପରି ବ୍ରୁଦ୍ଧି ଘଟିବ ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ଜ୍ୟୋତିରଞ୍ଜନଙ୍କ ଦ୍ୱାରା ପରିବେଷିତ “ହାର୍ଟ ହେଲ୍ଦି ଅଏଲ୍ ପ୍ରଡକ୍ସନ ଷ୍ଟ୍ରାଟେଜି ” ବିଭିନ୍ନ ଦେଶର ବୈଞାନିକ ମାନଂକ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏଥିପାଇଁ ସେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ପୁରସ୍କୃତ ହୋଇଛନ୍ତି। ଏଥିସହିତ ସମ୍ମିଳନୀରେ ଯୋଗଦାନ ପାଇଁ ତାଂକୁ ଭ୍ରମଣ ଅନୁଦାନ ପୁରସ୍କାର ପ୍ରଦାନ କରାଯାଇଛି। ଜ୍ୟୋତିରଂଜନ ଖାଦ୍ୟଶସ୍ଯ ଉତ୍ପାଦନ ବ୍ରୁଦ୍ଧି ଓ ଖାଦ୍ୟ ନିରାପତ୍ତା ପାଇଁ ନୁଆ ନୂଆ ଗବେଷଣା ଜାରି ରଖିଛନ୍ତି। ଜ୍ୟୋତିରଂଜନଂକ ଏଭଳି ସଫଳତା ପାଇଁ ଏବେ ତାଂକ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୂଟିଛି।
