ଭିଜିଲାନ୍ସ ଜାଲରେ ଗଣିଆ ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା
ନୟାଗଡ଼ : ଭିଜିଲାନ୍ସ ଜାଲରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ । ନୟାଗଡ଼ ଜିଲାଗଣିଆ ଅତିରିକ୍ତ ତହସିଲଦାର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ଅତିରିକ୍ତ ତହସିଲଦାର ଜଣକ ହେଲେ ବନମାଳି ପରିଡ଼ା ।
ବାଲି ବୋଝେଇ ଟ୍ରକ ଛାଡ଼ିବାକୁ ନେଇ ସରକାରୀ କ୍ୱାର୍ଟରରେ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅତିରିକ୍ତ ତହସିଲଦାରଙ୍କୁ ଧରିଥିଲା ଭିଜିଲାନ୍ସ। ଅତିରିକ୍ତ ତହସିଲଦାର ଜଣକ ସଂପୃକ୍ତ ଟ୍ରକ ମାଲିକଙ୍କଠାରୁ ମୋଟ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗତ ୨୪ ତାରିଖରେ ସେ ୧୦ ହଜାର ଟଙ୍କା ନେଇସାରିଥିଲେ । ଆଉ ତିନି ହଜାର ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ।
