ତେଣ୍ଡାବାଡି ହାଇସ୍କୁଲ କ୍ରୀଡାଶିକ୍ଷକଂକୁ ଅବସରକାଳୀନ ସମ୍ବର୍ଦ୍ଧନା
ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତେଣ୍ଡାବାଡି ହାଇସ୍କୁଲ କ୍ରୀଡାଶିକ୍ଷକ ପ୍ରମୋଦ କୁମାର ରଣା ଆଜି ଚାକିରିରୁ ଅବସର ନେଇଛନ୍ତି। ଏଥି ନିମନ୍ତେ ଆଜି ବିଦ୍ଯାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ଦଳବେହେରାଙ୍କ ଆବାହକତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଓଷ୍ଟା ବ୍ଲକ ସଭାପତି ଶରତଚନ୍ଦ୍ର ବେହେରା ପୌରହିତ୍ଯ କରିଥିଲେ। ସରପଂଚ ଦାଶରଥି ନାୟକ, ସମିତିସଭ୍ୟ ଲକ୍ଷ୍ମୀପ୍ରିୟ ବେହେରା, ପ୍ରଧାନଶିକ୍ଷକ ରଶ୍ମି ରଂଜନ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ଓଷ୍ଟା ବ୍ଲକ ସମ୍ପାଦକ ଅକ୍ରୁର ପରିଡ଼ା, ପ୍ରଧାନଶିକ୍ଷକ ବିଷ୍ଣୁ ନାରାୟଣ ଷଡଙ୍ଗୀ, ପୂର୍ବତନ ସରପଂଚ କ୍ରୁପାସିନ୍ଧୁ ପ୍ରଧାନ, ହାଇସ୍କୁଲ ସଭାପତି ସୁଧିର କୁମାର ଦଳବେହେରାଙ୍କ ସମେତ ବହୁ ଅଭିଭାବକ, ବରିଷ୍ଠ ନାଗରିକ, ଶିକ୍ଷକ-କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
