ତିହିଡ଼ି ଓକିଲ ସଂଘ ପକ୍ଷରୁ ଭଦ୍ରକ ବାର୍ ଆସୋସିଏସନର ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି
ତିହିଡି : ଭଦ୍ରକ ଜିଲା ତିହିଡ଼ି ଓକିଲ ସଂଘ ପକ୍ଷରୁ ଭଦ୍ରକ ବାର୍ ଆସୋସିଏସନର ସଭାପତି ଦିଲୀପ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି ଅବସରରେ ଗୁରୁବାର ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଓକିଲ ସଂଘ ଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଂଘର ସଭାପତି ସୂର୍ଯ୍ୟରଂଜନ ମିଶ୍ରଙ୍କ ସଂଚାଳନାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ବିଷ୍ଣୁ ଦାଶ, ସରକାରୀ ଓକିଲ ଗୌରହରୀ ମହାନ୍ତି, ସତ୍ୟସୁନ୍ଦର ପତି, ଆଇନଜୀବୀ ସୁବାସ ଚନ୍ଦ୍ର ବେହେରା, ନଳିନୀକାନ୍ତ ନାୟକ, ରତିକାନ୍ତ ନାଥ, ସଂଜୟ ମହାନ୍ତି, ବସନ୍ତ ନାୟକ, ମନୋଜ ଦାସ, ତପନ କୁମାର ମିଶ୍ର, ହିମାଂଶୁ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ ।
