ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ଆଶୀର୍ବାଦ ପ୍ରଥମ
ତିହିଡି : ପଞ୍ଜମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ଭଦ୍ରକ ଜିଲା ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଆଶୀର୍ବାଦ ଦାସ ବ୍ଲକର ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାଯାଇଛି । ବାରୋ ପଞ୍ଚାୟତ ଅଧୀନ ଶାସନଖାସ୍ ଚଡ଼କମରା ଗ୍ରାମର ରାଜେନ୍ଦ୍ର କୁମାର ଦାସ ଓ ଅଞ୍ଜଳି ମଳିକଙ୍କ ପୁତ୍ର ଆଶୀର୍ବାଦ ବିଭିନ୍ନ ପରୀକ୍ଷାରେ କୃତୀତ୍ୱ ହାସଲ କରି ଆସୁଛନ୍ତି । ସେ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ବ୍ଲକରେ ଦ୍ୱିତୀୟ ସ୍ଥାନ, ପ୍ରାଦେଶିକ ଶିଶୁ ବିଦ୍ୟାମନ୍ଦିର ମେଧା ପ୍ରତିଭା ପରୀକ୍ଷାରେ ଓଡ଼ିଶାର ଅଷ୍ଟମ ସ୍ଥାନ, ଜବାହର ନବୋଦୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚୟନ ପରୀକ୍ଷାରେ ଜିଲାର ସପ୍ତମ ଓ ବ୍ଲକର ଚତୁର୍ଥ ସ୍ଥାନ ଅଧିକାର କରି ତିହିଡ଼ି ଅଞ୍ଚଳର ଗୌରବ ଆଣିଛନ୍ତି । ସେ ଏବେ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ଜଣାପଡ଼ିଛି ।
