କବି ଅମୂଲ୍ୟ ସେନାପତିଙ୍କୁ କୈବଲ୍ୟ ରତ୍ନବେଦୀ ସମ୍ମାନ
ତିହିଡ଼ି : କଟକ କଳା ବିକାଶ କେନ୍ଦ୍ର ଠାରେ ଆୟୋଜିତ କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ସମ୍ପାଦକ ତଥା ସାହିତ୍ୟିକ ସଂଗ୍ରାମ ସାମନ୍ତରାୟଙ୍କ ପୌରାହିତ୍ୟରେ ଏକ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଅନୁଷ୍ଠିତ ହୋଇଯାଇଛ । ଏଥିରେ ୪୦୦ରୁ ଅଧିକ କବି, ହିନ୍ଦୁଧର୍ମ ପୁରୋଧା ଓ ସୁସାମ୍ବାଦିକ ଯୋଗଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିତ୍ୱମାନଙ୍କୁ ଉପଢୌକନ ପ୍ରଦାନ ସହ ଅତିଥି ଓ ବକ୍ତାମାନଙ୍କ ଦ୍ୱାରା ବିଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଏହିକି ଯୁବ କବି ତଥା ସମାଜସେବୀ ଅମୂଲ୍ୟ ସେନାପତିଙ୍କୁ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ହୋଇ ସାଧନା ତଥା ପାରଦର୍ଶିତା ଜାରି ରଖିଥିବାରୁ ଅନୁଷ୍ଠାନ ତାଙ୍କୁ କୈବଲ୍ୟ ରତ୍ନବେଦୀ ସମ୍ମାନରେ ସମ୍ମାନିତ କରିଅଛି । ମହାସଭାଟି ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମର ବର ଦାସ, ନାଇଜରର କୁଳସଚିବ ତଥା ଜଗନ୍ନାଥ ତତ୍ତ୍ୱ ଗବେଷକ ଡ଼ଃ, ଅଭୟ କୁମାର ନାୟକ, ଓଡିଶା ଉଚ୍ଚ ନ୍ୟାୟାଳୟର ଅବସର ପ୍ରାପ୍ତ ନ୍ୟାୟମୂର୍ତ୍ତି ସମ୍ମାନନୀୟ ବିଜୟ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଡ଼ଃ, ବିଦ୍ୟୁତ ପ୍ରଭା ମିଶ୍ର, ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ନୀଳକଣ୍ଠ ପତି ଓ ସମ୍ମାନିତ ବକ୍ତା ଭାବେ ଡ଼ଃ ଦେବେନ୍ଦ୍ର ମାଝି, ଡ଼ଃ ଶୁଭ କୁମାର ଦାଶ, ଶ୍ରୀଯୁକ୍ତ ଗୁରୁକଲ୍ୟାଣ ମହାପାତ୍ର, ଡ଼ଃ ନାରାୟଣ ପଣ୍ଡା, ଡ଼ଃ ଅଲେଖ ଚନ୍ଦ୍ର ପଡ଼ିଆରି, ଡ଼ଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ନାଟ୍ୟକାର ବିଜୟ ଦାଶ, ଶ୍ରୀଯୁକ୍ତ ବିଶ୍ୱଜିତ ସୂର୍ଯ୍ୟବଂଶୀ, ଡ଼ଃ ଦିପାୟନ ପଟ୍ଟନାୟକ ଯୋଗଦାନ କରି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ପାଇଁ ଅଭିଭାଷଣ ପ୍ରଦାନ କରିଥିଲେ । କବି ଅମୂଲ୍ୟ ସେନାପତିଙ୍କ ସାଙ୍ଗଠିକ ସାହିତ୍ୟ ସାଧନା ପାଇଁ ତାଙ୍କୁ ସମ୍ମାନିତ କରିଥିବାରୁ ତିହିଡି ଅଞ୍ଚଳର ଲୋକେ ଖୁସିବ୍ୟକ୍ତ କରିଛନ୍ତ । ସୂଚନାଯୋଗ୍ୟ, କବି ଅମୂଲ୍ୟ ସେନାପତି ତିହିଡି ମହୋତ୍ସବ, ଯୁବ ସାରସ୍ୱତ ସମ୍ମେଳନ, କାନ୍ତକବି ସାହିତ୍ୟ ପରିଷଦ, ବାର୍ଷିକ ଆମ ଗାଁ ଲକ୍ଷ୍ମୀ କାର୍ଯ୍ୟକ୍ରମ ଓ ଓଡ଼ିଆ ସାହିତ୍ୟ ପରିବାର ସହ ସେ ପ୍ରତ୍ୟେକ୍ଷ ଭାବେ ସଂଶ୍ଲିଷ୍ଟ ରହିଛନ୍ତି ।
