ଆରପିଏଫ ରେଲ୍ ମଦଦ୍ ଦ୍ୱାରା ମୋବାଇଲ ଫେରିପାଇଲେ ଯାତ୍ରୀ
କଟକ : ଆରପିଏଫର ତୁରନ୍ତ ପଦକ୍ଷେପ ଲାଗି ଜଣେ ଯାତ୍ରୀ ତାଙ୍କର ହଜିଥିବା ମୋବାଇଲ ଫୋନ ଫେରିପାଇଛନ୍ତି । ଗତ ୧୮ ତାରିଖରେ ଝାଡଖଣ୍ଡ ରାଜ୍ୟ ଦେଭହର ଜିଲ୍ଲାର କୁମାର ଅଭିଶେକ କରମଣ୍ଡଳ ଏକ୍ସପ୍ରେସରେ ହାଓଡାରୁ ଚେନ୍ନାଇ ଯାଉଥିବା ବେଳେ ଯାଜପୁରରୁ କଟକ ଭିତରେ ତାଙ୍କର ମୋବାଇଲ ଫୋନ କେଉଁଠି ହଜିଯାଇଥିବା ନେଇ ସେ ରେଲ ମଦଦ ୧୩୯ରେ ଜଣାଇଥିଲେ । ଆରପିଏଫ ପକ୍ଷରୁ ମୋବାଇଲ ଟ୍ରାକିଂ କରାଯାଇ ତାହା ବୈରୀ ଏବଂ କପିଳାଶ ରୋଡ ମଧ୍ୟରେ ରହିଥିବା ଜଣାପଡିଥିଲା । ଆରପିଏଫର ଟିମ୍ ତତକ୍ଷଣାତ୍ ପଦକ୍ଷେପ ନେଇ ମୋବାଇଲଟି ପାଇବା ପରେ ସଂପୃକ୍ତ ଯାତ୍ରୀଙ୍କୁ ଆଜି ମୋବାଇଲ ଫୋନଟି ହସ୍ତାନ୍ତର କରିଛନ୍ତି ।
