ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲର ବାର୍ଷିକୋତ୍ସବ
କଟକ : କଟକ ବାରବାଟୀ ଷ୍ଟାଡିୟମ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକୋତ୍ସବ ସ୍କୁଲ ପରିସରରେ ଅଧ୍ୟକ୍ଷ ଦିବ୍ୟ କିଶୋର ପ୍ରଧାନଙ୍କ ପୌରୋହିତ୍ୱରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାନୁଷ୍ଠାନ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ ବୋଲି କହିଥିଲେ । ଜାଭିୟର୍ସ ଗ୍ରୁପ୍ର ଅଧ୍ୟକ୍ଷ ଡଃ ଜିଏସ୍ ପଟ୍ଟନାୟକ ଓ ନିର୍ଦ୍ଦେଶକ ପ୍ରଭୁଚରଣ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ବର୍ଷ ଦଶମ ଶ୍ରେଣୀର ବାଳକ ବିଭାଗରେ ସାର୍ଥକ ଶତପଥୀ ଓ ବାଳିକା ବିଭାଗରେ ଆଲିସ୍ ମହାପାତ୍ରଙ୍କୁ ଷ୍ଟଡେଣ୍ଟ ଅଫ୍ ଦି ଇଅର ସମ୍ମାନରେ ସାର୍ଟଫିକେଟ୍ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ଦଶମ ଶ୍ରେଣୀର ଛାତ୍ରୀ ଅନ୍ୱେଶା ପରିଜା ଧନ୍ୟବାଦ ଅର୍ପଣ କରିଥିଲେ ।
