୧୧ ତାରିଖ ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଆବଶ୍ୟକ ଗାଡି କାର୍ଯ୍ୟରେ ଯୋଗଦେଲେନି ଗାଡି ମାଲିକଙ୍କ ନାମରେ ଗିରଫ ପରୱାନା ଜାରି କଲେ ଜିଲ୍ଲାପାଳ
କଟକ : ମହାମହିମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଆସନ୍ତା ୧୧ରେ କଟକ ଗସ୍ତ କରିବେ । ଏହି ଉପଲକ୍ଷେ ଆବଶ୍ୟକ ଗାଡି ପାଇଁ ଜିଲ୍ଲାପାଳ ଗାଡିମାଲିକମାନଙ୍କୁ ଆଜି କାର୍ଯ୍ୟରେ ଯୋଗଦେବା ପାଇଁ ନୋଟିସ୍ କରିଥିବା ବେଳେ ଗାଡି କାର୍ଯ୍ୟରେ ଯୋଗଦେଇନଥିଲେ । ଏଥିନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଉପରୋକ୍ତ ଗାଡି ବିରୋଧରେ ଗିରଫ ପରୱାନା ଜାରି କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ, ଆସନ୍ତା ୧୧ ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କଟକ ଗସ୍ତରେ ଆସୁଛନ୍ତି । ସେ ଆଇସିଏଆରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିପାଇଁ ଗାଡି ଆବଶ୍ୟକ ଥିବାରୁ ଜିଲ୍ଲାପାଳ ୫ଟି ଗାଡିକୁ ତାଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଉକ୍ତ ଗାଡିଗୁଡିକ ଯୋଗଦାନ କରିନଥିଲେ । ଯେଉଁଥିପାଇଁ ଉକ୍ତ ଗାଡିଗୁଡିକର ମାଲିକଙ୍କ ବିରୋଧରେ କଟକ ଜିଲ୍ଲାପାଳ ଶ୍ରୀ ଚୟନୀ ଗିରଫ ପରୱାନା ଜାରି କରିଛନ୍ତି । ଏଥିସହିତ ସେମାନଙ୍କ ବିରୋଧରେ ଅନ୍ୟାନ୍ୟ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଆଂଚଳିକ ପରିବହନ ଅଧିକାରୀ ଇଂ ସଂଜୟ ବେହେରା ସୂଚନା ଦେଇଛନ୍ତି ।
