ଆପ୍ର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଉଦ୍ଘାଟିତ
କଟକ : ଆମ୍ ଆଦ୍ମୀ ପାର୍ଟି (ଆପ୍)ର କଟକ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କଟକ ଖାନନଗର ସ୍ଥିତ ଚନ୍ଦନ ପଡିଆଠାରେ ଉଦଘାଟିତ ହୋଇଯାଇଛି । କଟକ ଜିଲ୍ଲାର ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପରିଡା ଓ ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସହର ପରିକ୍ରମା କରି ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଜରିଆରେ ମୁଖ୍ୟଅତିଥି ତଥା ଓଡିଶା ପ୍ରଭାରୀ ବୀରେନ୍ଦ୍ର ସିଂହ କାର୍ଡିଆନ ଏବଂ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବରେ ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତି ଓ ସମସ୍ତ ବ୍ଲକ ସଭାପତିମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଆପର ମିସନ କିଭଳି ସମଗ୍ର ରାଜ୍ୟରେ ତ୍ରୀବତର ହେବ ସେ ସର୍ମ୍ପକରେ ପ୍ରଭାରୀ ଶ୍ରୀ ବିରେନ୍ଦ୍ର ମତବ୍ୟକ୍ତ କରିଥିଲେ । ଏଥିସହିତ ଜିଲ୍ଲାରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ନୂତନ କର୍ମକର୍ତାଙ୍କୁ ଚୟନ କରାଯାଇଥିଲା । ଆଶୁତୋଷ ପରିଡାଙ୍କୁ ନଗର ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଚୌଦ୍ୱାର କଟକ ସମ୍ପାଦକ ସଞ୍ଜୀବ ପରିଡା, ଉପ-ସଭାପତିଭ ଭାବେ ତ୍ରିଲୋଚନ ମଲ୍ଲିକଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ତୁଲାଇଥିଲେ ।
