ମାରୁତି କାର୍ ଓ ୬ଶହ ଲିଟର ମଦ ଜବତ ; ୨ଗିରଫ
କଟକ : ବେଆଇନ ମଦ ଚାଲାଣ ବେଳେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ୍ ପକ୍ଷରୁ ଇନ୍ସପେକ୍ଟର ସଂଜିତ ବାର୍ଲାଙ୍କ ନେତୃତ୍ୱରେ ଚଢଉ କରାଯାଇ ଏକ ମାରୁତି ୱାଗନର(ଓଆର-୦୫-ଜେଡ-୫୯୨୪) ଓ ୬୦୦ ଲିଟର ମଦ ଜବତ କରାଯିବା ସହ ୨ କଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଢେଙ୍କାନାଳ ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦର ସରୋଜ ପ୍ରଧାନ(୩୦) ଓ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆର ଟିକି ନାଏକ(୨୪) । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ କାରରେ ଚୋରା ମଦ ଚାଲାଣ ହେଉଥିବା ସଂପର୍କରେ ଗୁପ୍ତ ଖବର ପାଇ ଜଗତପୁର ଗୋଲେଇ ଛକରେ ଚଢଉ କରାଯାଇଥିଲା । ଏହି ଚଢଉରେ ଏସଆଇ ଅଜିତ କୁମାର ପାତ୍ର, ହେମନ୍ତ କୁମାର ମଲ୍ଲିକ, ରଂଜନ କୁମାର ଭୋଇ, ମନ୍ମଥ ସି. ରମାକାନ୍ତ ରାଉତ, ନିର୍ମଳ କୁମାର ବେହେରା ପ୍ରମୁଖ ସାମିଲ ଥିଲେ । ଆଜି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
