ଧାମନଗରରେ ମତଦାନ ଆରମ୍ଭରୁ ଉତ୍ତେଜନା, ୧ ନମ୍ବର ବୁଥରେ ମତଦାନ ବନ୍ଦ
ଭଦ୍ରକ : ଭଦ୍ରକ ଜିଲା ଧାମନଗରରେ ମତଦାନ ପଞ୍ଚମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭରୁ ଉତ୍ତେଜନା ଦେଖିବାକୁ ମିଳିଛି । ସମୁଦାୟ ୩୧ଟି ଗ୍ରାମ ପଞ୍ଚାୟତ ଓ ୪ ଟି ଜିଲା ପରିଷଦ ପାଇଁ ଭୋଟିଂ ହେଉଛି । ବ୍ଲକ ର ୪୦୫ ଟି ବୁଥ ରେ ଭୋଟିଂ ହେଉଥିବା ବେଳେ ୬୧ ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ସୁରକ୍ଷା ଦୃଷ୍ଟି ରୁ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ପେଟ୍ରୋଲିଂ ଟିମ ମଧ୍ୟ ବିଭିନ୍ନ ଅଞ୍ଚଳ ରେ ପାଇଁତରା ମାରୁଛନ୍ତି ।
ଆରମ୍ଭରୁ କଟସାହି ପଂଚାୟତ ୧ ନମ୍ବର ବୁଥ ରେ ଭୋଟିଂ ବନ୍ଦ ହୋଇଛି । ବୁଥର ଏଜେଣ୍ଟ ବାଲାଟ ନେଇ ଦୌଡ଼ି ପଳାଇଥିବା ଅଭିଯୋଗ ହୋଇଛି । ଫଳରେ କଟସାହିର ୧ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି । ବାଲଟ ପେପର ନେଇଯାଇଛନ୍ତି ଦୁର୍ବୃତ୍ତ । ବୁଥ ଭିତରେ ମହିଳା ଭୋଟରଙ୍କୁ ମାଡ଼ ମାରି ଫେରାର ମାରିଥିବା ଅଭିଯୋଗ ହୋଇଛି । ଉତ୍ତେଜନା ପରେ ଘଟଣାସ୍ଥଳରୁ ୨ ଜଣଙ୍କୁ ଉଠାଇନେଇଛି ପୋଲିସ । ଉତ୍ତେଜନା ବଢ଼ିବାରୁ ମତଦାନ ବନ୍ଦ ରହିଛି ।
