୧୦ ବର୍ଷ ପରେ ଭୋଟ ଦେଉଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ
ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେଉଛି । ଭୋଟ ବର୍ଜ୍ଜନ ପାଇଁ ନକ୍ସଲଙ୍କ ଧମକ ସତ୍ତ୍ୱେ କଡ଼ା ସୁରକ୍ଷାରେ ମତଦାନ ଚାଲିଛି ।
୨ଟି ଜିଲା ପରିଷଦ ଜୋନ ଓ ପଞ୍ଚାୟତ ପାଇଁ ଚାଲିଛି ମତଦାନ । ଚିତ୍ରକୋଣ୍ଡା ବ୍ଲକର ୨ଟି ଜୋନ୍ରେ ନିର୍ବାଚନ ହେଉଥିଲେ ହେଁ ଜୋନ୍-୨ ବା ସ୍ବାଭିମାନ ଅଞ୍ଚଳ ଉପରେ ସମସ୍ତଙ୍କ ନଜର ରହିଛି।
