ତାଇକୋଣ୍ଡୋ ଆସୋସିଏସନ ଅଫ ଓଡିଶାର ବ୍ଲାକ ବେଲ୍ଟ ପ୍ରଦାନ ଉତ୍ସବ
ଭଦ୍ରକ : ତାଇକୋଣ୍ଡୋ ଆସୋସିଏସନ ଅଫ ଓଡିଶା (ତାଓ) ତରଫରୁ ବ୍ଲାକବେଲ୍ଟ ପ୍ରଦାନ ଉତ୍ସବ ହ୍ୟାପ୍ପି ହୋମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଓ କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିରୂପେ ଓଡିଶା ବାର କାଉନ୍ସିଲର ସଦସ୍ୟ ତଥା ସ୍ୱତନ୍ତ୍ର ପି.ପି. ଆଡଭୋକେଟ ପବନ ଶର୍ମା, ସମାଜ ସେବୀ ବିଦ୍ୟାଧର ବାରିକ, ସବୁଜ କ୍ଳବ ସଂପାଦକ ଅଜୟ କୁମାର ଧଳ, ସମାଜସେବୀ ହରିହର ବେହେରା, ଇଂ. ଅନୁପମ ଜେନା, ଯୁବନେତା ବାପୁଜୀ ପରିଡା ପ୍ରମୁଖ ଯୋଗଦେଇଥିଲେ । ତାଓ ସଂପାଦକ ରବିନାରାୟଣ ପାଣିଗ୍ରାହୀ ଉତ୍ସବ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ପବନ ଶର୍ମା ତାଇକୋଣ୍ଡୋ ସାମରିକ କଳାର ଶ୍ରେଷ୍ଠତ୍ୱ ଦର୍ଶାଇବା ସହ ଶିକ୍ଷାର୍ଥୀ ମାନେ ସଞ୍ଜମତା ଆଚରଣ କରିବାପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ବ୍ଲାକ୍ବେଲ୍ଟ ପରୀକ୍ଷାରେ ଉତ୍ତିର୍ଣ୍ଣ ୨୨ଜଣ ଶିକ୍ଷାର୍ଥୀଙ୍କୁ ଦକ୍ଷିଣ କୋରିଆସ୍ଥିତ ବିଶ୍ୱ ତାଇକୋଣ୍ଡୋ ସଂଗଠନ ପ୍ରଦତ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ୨୦୨୨ ମସିହା ପାଇଁ ଏହି ସମ୍ମାନଜନକ ପ୍ରମାଣପତ୍ର ପାଇଥିବା ଶିକ୍ଷାର୍ଥୀମାନେ ହେଲେ – ଗୀତାଞ୍ଜଳି ପ୍ରଧାନ, ଶୁଭଲକ୍ଷ୍ମୀ ଜେନା, ବିଜୟଲକ୍ଷ୍ମୀ ଜେନା, ଅଲିଭା ପ୍ରିୟଦର୍ଶନୀ ସାହୁ, ମୋନାଲିସା ସାହୁ, ଗାୟତ୍ରୀ ସାହୁ, ସୁଶ୍ରୀ ଋତାଞ୍ଜଳୀ, ଉପାସନା ମଲ୍ଲିକ, ପି.ଆର. କଶିସ୍, ବିଷ୍ଣୁପ୍ରିୟା ରାଉତ, ପ୍ରେମ୍ଜିତ୍ ସାହୁ, ସୌମେନ୍ଦ୍ର ପ୍ରଧାନ, ଯଶୋବନ୍ତ ଧଳ, ବୁଧୁରାମ ସିଂହ, ବାଣୀ ପ୍ରସନ୍ନ ପାଣିଗ୍ରାହୀ, ଯୋଗେନ୍ଦ୍ର ନାୟକ, ଓମ୍ ସଂଙ୍କେତ, ରୁଦ୍ଧି ସୁନ୍ଦର, ସୌମ୍ୟଜିତ୍ ବେହେରା, ମୌସମଜିତ୍ ସାହୁ, ଆଲୋକ ସାହୁ ଓ ଉଦିତ୍ ପ୍ରିୟ ପ୍ରସାଦ ମଲ୍ଲିକ । ଉତ୍ସବ ପରିଚାଳନାରେ ତାଓ ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଅଧ୍ୟାପକ ଯୋଗେଶ୍ୱର ମହନ୍ତ, କୋଷାଧ୍ୟକ୍ଷ ସଂଘମିତ୍ରା ଦାଶ, ସଦସ୍ୟ ରବିନାରାୟଣ ଓଝା ପ୍ରମୁଖ ସଂଯୋଗ କରିଥିଲେ । ଏହି ଉତ୍ସବ ବେଳେ ନବଗଠିତ ଢ଼େଙ୍କାନାଳ ତାଇକୋଣ୍ଡୋ ଆସୋସିଏସନର ସଭାପତି ବିକାଶ ରଞ୍ଜନ ସାହୁ ଓ ସମ୍ପାଦକ ସୋମନାଥ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ପାଣିଗ୍ରାହୀ ସମସ୍ତ ଜିଲ୍ଲାର ପ୍ରଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କୁ ଧନ୍ୟବାଦ ଦେବାସହ ଚଳିତ ବର୍ଷ ଡିସେମ୍ବର ମାସ ଅନ୍ତିମ ସପ୍ତାହରେ ରାଜ୍ୟ ତାଇକୋଣ୍ଡୋ ଚମ୍ପିଆନ୍ ସିପ୍ ଆୟୋଜନ କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
