ଭଦ୍ରକ ସହରରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ!
ଭଦ୍ରକ : ତା.୨୭.୦୯.୨୦୨୨ । ଗତ ୨୧.୦୯.୨୦୨୨ ରେ ଖାଦ୍ୟ ନିରାପତ୍ତା ସମୀକ୍ଷା ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ
ବୋନ୍ଦରଙ୍କ ନିର୍ଦ୍ଦେଶ କ୍ରମେ ହୋଟେଲ, ଦୋକାନ, ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ଅନୁଷ୍ଠାନ ମାନଙ୍କରେ ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ଧରପଗଡ଼ କାର୍ଯ୍ୟ ଆରମ୍ଭ କରାଯାଇଛି । ଆଜି ଭଦ୍ରକ ପୈାରାଞ୍ଚଳର କଚେରୀ ବଜାର, ଆରଡ଼ିଛକ ବନ୍ତଛକ ଅଞ୍ଚଳରେ ହୋଟେଲ, ରେଷ୍ଟୁରାଣ୍ଟ, ମିଷ୍ଟାନ୍ନ ଓ ଜଳଖିଆ ଦୋକାନ ଆଦିରେ ଚଢ଼ଉ କରାଯାଇ ବାସିଖାଦ୍ୟ, କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ସବୁ ନଷ୍ଟ କରାଯାଇଥିଲା । ଖାଦ୍ୟ ସୁରକ୍ଷା ଆଇନ୍ ୨୦୦୬ ର ଧାରା ୬୯ କୁ ଅବମାନନା କରିଥିବା ଖାଦ୍ୟ ବ୍ୟବସାୟୀ ମାନଙ୍କଠାରୁ ଆଜି ଚଢ଼ଉ ବେଳେ ୫,୫୦୦ ଟଙ୍କା ଜୋରିମାନା ବାବଦ ଆଦାୟ କରାଯାଇଛି । ଏହି ଧରପଗଡ଼ କାର୍ଯ୍ୟରେ ଡି.ପି.ଏଚ୍.ଓ. ତଥା ଖାଦ୍ୟ ନିରାପତ୍ତା ଦାୟିତ୍ୱରେ ଅଧିକାରୀ ଡା. ଭାରତୀ ସାହୁ ଖାଦ୍ୟ ନିରାପତ୍ତା ଅଧିକାରୀ ଭଦ୍ରକ ବିଭୁଦତ୍ତ ଦାସ ଓ ଉକ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।
