ସଇସଲାପୁର ଫ୍ଲଡଲାଇଟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ମଞ୍ଜୁରୀରୋଡ ଚାମ୍ପିଅନ
ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତ ଅନ୍ତର୍ଗତ ସଇସଲାପୁର ପଡିଆରେ ଅନୁଷ୍ଠିତ ଫ୍ଲଡ ଲାଇଟ କ୍ରିକେଟ ଟୁର୍ଣ୍ଣାମେଂଟ ଶୁକ୍ରବାର ରାତ୍ରରେ ଉଦଯାପିତ ହୋଇଯାଇଛି । ଗ୍ରାମର ହାପି କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ । ମଞ୍ଜୁରୀରୋଡ ଓ ଷୋଳମପୁର ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୧ ଉଇକେଟ ବ୍ୟବଧାନରେ ମଞ୍ଜୁରୀରୋଡ ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଚିନ୍ତାମଣି ସାମଲ ଓ ଦୀପକ ଲେଙ୍କା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ଖେଳ ଶେଷରେ ସମାଜସେବୀ ବଦ୍ରୀନାରାୟଣ ଧଳ, ଅକ୍ଷୟ କୁମାର ସାହୁ, ସ୍ଥାନୀୟସରପ ରଞ୍ଜନ କୁମାର ପରିଡା, ଅମୂଲ୍ୟ ସେଠୀ, ବିକାଶ ସାହୁ ଅତିଥି ଭାବେ ଯୋଗଦେଇ ଚାମ୍ପଅନ ଓ ରନରସପ ଦଳକୁ ଟ୍ରଫି ଓ ନଗଦ ଅର୍ଥ ସମେତ ରନରସପ ଦଳର ଖେଳାଳୀ ଭୋଳାନାଥଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ଓ ସିପୁନୁ କୁମାରଙ୍କୁ ମ୍ୟାଚ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ପରମେଶ୍ୱର ଜେନା, ଅକ୍ଷୟ ଧଳ, ସନାତନ ସାହୁ, ଜ୍ୟୋତି ପ୍ରକାଶ ସାହୁ, ସୁଶାନ୍ତ ସାହୁ, ଓମ ପ୍ରକାଶ ସୁନ୍ଦର ରାୟ, ସୂର୍ଯ୍ୟପ୍ରକାଶ ସାହୁ, ଅଜୟ ସେଠୀ, ସୌମ୍ୟରଞ୍ଜନ ସାହୁ, ଅକ୍ଷୟ ଜେନା, ଶୁଭେନ୍ଦୁ ଧଳ ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ ।
