ସୟା ମହାଦେବସାହିରେ ଶ୍ରୀଶ୍ରୀ ବାସୁଦେବଙ୍କ ଯଜ୍ଞ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ମହାଦେବସାହିରେ ଶ୍ରୀଶ୍ରୀ ବାସୁଦେବଙ୍କ ଯଜ୍ଞ ଅନୁଷ୍ଠିତ ଅନୁଷ୍ଠିତ ହେଉଛି । ଏହି ଯଜ୍ଞ ୫ଦିନ ଧରି ଚାଲିବ । ଚୈତ୍ରମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ତିଥିରେ ଏହି ଯଜ୍ଞ ପୂର୍ଣ୍ଣାହୂତି ହେବ । ୧୯୪୫ ମସିହା ଠାରୁ ଏଠାରେ ଯଜ୍ଞ ଆରମ୍ଭ ହୋଇଛି । ସ୍ଥାନୀୟ ଜମିଦାର ପବିତ୍ରା ଦାସଙ୍କ ଉଦ୍ୟମରେ ଏହି ଯଜ୍ଞ ଆରମ୍ଭ ହୋଇଥିଲା । ୧୯୫୨ ମସିହାରେ ଜମିଦାର ଉଚ୍ଛେଦ ପରେ ଜମିଦାର ପାଞ୍ଚ ଏକରରୁ ଅଧିକ ଜମି ଶ୍ରୀଶ୍ରୀ ବାସୁଦେବଙ୍କ ନାମରେ ଦାନ କରିଥିଲେ । ସେହି ଦିନ ଠାରୁ ସୟା, ବାଂଶବାଗ, ଷାଠିବାଟି, ତରାସାହି ଗ୍ରାମ ସହିତ ପଞ୍ଚାୟତର ଅନ୍ୟ ଗ୍ରାମର ଲୋକମାନଙ୍କ ସହଯୋଗରେ ଯଜ୍ଞ ହୋଇ ଆସୁଅଛି । ଜମିଦାର ଉଚ୍ଛେଦ ପରେ ସ୍ୱର୍ଗତ ଆନନ୍ଦ କୁଅଁର, ରାମଚନ୍ଦ୍ର ପଣ୍ଡା, ଭରତ ନାୟକ, ରାମଚନ୍ଦ୍ର ମହାଳିକ, ଭାସ୍କର କୁଅଁର, ଭାସ୍କର ନାୟକ, ବିମ୍ବାଧର ପାଢ଼ୀ, ପରିକ୍ଷୀତ ମହାଳିକ ପ୍ରମୁଖ ଯଜ୍ଞ କାର୍ଯ୍ୟ ତୁଲାଇଥିଲେ । ଏବେ ଯଜ୍ଞ କମିଟିର ସଭାପତି ଭଜହରି ଓଝା, ସମ୍ପାଦକ ବିଜୟ କୁମାର ନାୟକ, କୋଷାଧ୍ୟକ୍ଷ ଭାଗିରଥି ଆଚାର୍ଯ୍ୟ, ସଦାନନ୍ଦ ମଲ୍ଲିକ, ଗଣେଶ ସାହୁ, ପୀତବାସ ମହାଳିକ, ରାଜକିଶୋର ମହାଳିକ, କୈବଲ୍ୟ କୁଅଁର, ରଘୁନାଥ ମହାଳିକ, ରମାକାନ୍ତ କୁଅଁର, ରମାକାନ୍ତ ନାୟକ, ଶ୍ରୀଧର ଓଝା ଓ ଗ୍ରାମବାସୀ ଯଜ୍ଞ ଆୟୋଜନ କରୁଛନ୍ତି । କର୍ତ୍ତା ଭାବେ ପ୍ରଫୁଲ୍ଲ ନାୟକ ଓ ତାଙ୍କ ପତ୍ନୀ ରେବତୀ ନାୟକ ଯଜ୍ଞ କାର୍ଯ୍ୟ ତୁଲାଉଥିବା ବେଳେ ପଣ୍ଡିତ ଦେବେନ୍ଦ୍ର ପାଢ଼ୀ, କୃପାସିନ୍ଧୁ ପାଢ଼ୀ, ସନ୍ତୋଷ କୁମାର ପାଢ଼ୀ, ତ୍ରିଲୋଚନ ଆଚାର୍ଯ୍ୟ, କରୁଣାକର ତ୍ରିପାଠୀ, ଗିରିଧାରୀ ନାୟକ ଯଜ୍ଞ କାର୍ଯ୍ୟ ତୁଲାଉଛନ୍ତି । ଏହି ଯଜ୍ଞରେ ପ୍ରତିଦନି ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି ବିଭୂକୃପା ଲାଭ କରିବା ସହିତ ପ୍ରସାଦ ସେବନ କରୁଛନ୍ତି ।
