ଶିଖରପୁର ଉପର ସାହି ପ୍ରିମିୟର ଲିଗ୍ ଉଦଯାପିତ
କଟକ : ଶିଖରପୁର ସ୍ଥିତ ଉପର ସାହିଠାରେ ଉପର ସାହି କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଏକ ଦିନିକିଆ ଜୁନିୟର ଉପରସାହି ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣମେଣ୍ଟ୍ ଉଦଯାପିତ ହୋଇଯାଇଛି । ୬ ଓଭର ବିଶିଷ୍ଟ ମ୍ୟାଚରେ ୬ ଟିମ ପରସ୍ପର ମଧ୍ୟରେ ଖେଳିଥିଲେ । ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ମା ମଙ୍ଗଳା ୱାରିଅର୍ସ ବନାମ ଦୁଲ୍ଲଦେବୀ ଲାୟନ୍ସ ମଧ୍ୟରେ ଫାଇନାଲ ହୋଇଥିବା ବେଳେ ପ୍ରଥମେ ମା ମଙ୍ଗଳା ବ୍ୟାଟିଂ କରି ୬ ଓଭରରେ ଦୁଇ ଉଇକେଟ୍ ହରାଇ ୧୮୬ ରନ କରିଥିଲା । ଦୁଲ୍ଲାଦେବୀ ଲାୟନ୍ସ ୫ ଉଇକେଟ୍ ବିନିମୟରେ ମାତ୍ର ୧୫୦ ରନ କରି ପରାଜୟ ଗ୍ରହଣ କରିଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ୪୬ନଂ ୱାର୍ଡ କର୍ପୋରେଟର ପ୍ରଳୟା ବେଉରା, ୩୯ନଂ ୱାର୍ଡ କାର୍ପୋରେଟର ବଟକୃଷ୍ଣ ସାହୁ, ଯୁବନେତା କନିଷ୍କ ଜେନା, ଫ୍ରିଡମ ତେଲର ଓଡିଶା ହେଡ୍ ଅମୀୟ କୁମାର ଧଳ, ଜଗନ୍ନାଥ ପ୍ରଧାନ, ବିଶ୍ୱଜିତ୍ ପ୍ରଧାନ, ଚିତରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତି, ରାକେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
