ଲକ୍ଷ୍ମୀପ୍ରିୟା ସାହୁ ୪୫ନଂ ୱାର୍ଡ ମହିଳା ସଭାପତି ମନୋନୀତ
କଟକ : ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସୁପାରିଶ କ୍ରମେ ୪୫ନଂ ୱାର୍ଡର ଦକ୍ଷ ସୁସଙ୍ଗଠିକା କର୍ମୀ ଭାବେ ପରିଚିତ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ୱାର୍ଡର ମହିଳା ସଭାପତି ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ବିଧାୟକ ସୌଭିକ ବିଶ୍ୱାଳ, ମହିଳା ସଭାପତି ସୌଭାଗିନୀ ଜେନାଙ୍କ ସମେତ ସମସ୍ତ ଦଳୀୟ ନେତୃମଣ୍ଡଳୀ ଏବଂ ୱାର୍ଡର ସମସ୍ତ ବରିଷ୍ଠ ମୁରବୀ ଓ ଗୁରୁଜନମାନଙ୍କୁୁ କୃତଜ୍ଞତା ଜଣାଇବା ସହ ୱାର୍ଡର ବିକାଶ ଧାରାରେ ମହିଳାମାନଙ୍କୁ ସାମିଲ କରିବା ହିଁ ମୋର ପ୍ରଥମ ପ୍ରାଥମିକତା ରହିବ ବୋଲି ନବନିଯୁକ୍ତ ମହିଳା ୱାର୍ଡ ସଭାପତି ଶ୍ରୀମତୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
