ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବନ ପ୍ରସଂଗ
ବାଲେଶ୍ୱର-ଭଦକ ଜିଲାର ସମସ୍ତ ସମିତିକୁ ଅଚଳ କରିଦିଆଯିବା : କର୍ମଚାରୀ ସଂଘ
ତିହିଡ଼ି : ତିହିଡ଼ି ବ୍ଳକ ଅଧୀନ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିର ସମ୍ପାଦକ କାଳିନ୍ଦୀ ଚରଣ ଦାସଙ୍କୁ ବେଆଇନ ଭାବେ ସଭାପତି ନିଲମ୍ବନ କରିଥିବା ନେଇ କରି ବାଲେଶ୍ୱର ଭଦ୍ରକ ସେବା ସମବାୟ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳପୁର ସେବା ସମିତି ପରିସରରେ ଶୁକ୍ରବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ସଂଘର ସଭାପତି ନିରଞ୍ଜନ ସାହୁଙ୍କ ସଭାପିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶ୍ୟାମସୁନ୍ଦରପୁର ସମବାୟ ସମିତିର ସଭାପତି କ୍ଷମତା ବାହାରକୁ ଯାଇ ବେଆଇନ ଓ ଆକ୍ରେଶମୂଳକ ଭାବେ ସମ୍ପାଦକ ଶ୍ରୀ ଦାସଙ୍କୁ ନିଲମ୍ବନ କରିଛନ୍ତି । ନିୟମ ଅନୁସାରେ କୌଣସି ସମ୍ପାଦକ ଅନିୟମିତତା କଲେ ସମବାୟ ସମିତିର ବୋର୍ଡ଼ ସଦସ୍ୟମାନେ ତାଙ୍କ ବିରୁଦ୍ଧରେ ଜିଲା ସହକାରୀ ନବନ୍ଧକ ଭଦ୍ରକଙ୍କ ନିକଟରେ ଅଭିଯୋଗ କରନ୍ତି । ସହକାରୀ ନିବନ୍ଧକ ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତି । ତଦନ୍ତ ସରିବା ପରେ ଯଦି ଅଭିଯୋଗର ସତ୍ୟାସତ୍ୟ ଜଣାପଡ଼େ ତେବେ ସହକାରୀ ନିବନ୍ଧକଙ୍କୁ ନିଲମ୍ବନ ପାଇଁ ଅନୁମତି ମାଗନ୍ତି । ଏସବୁ କରାନଯାଇ ସଭାପତି ସମ୍ପାଦକଙ୍କୁ ବେଆଇନ ଭାବେ ନିଲମ୍ବନ କରିଛନ୍ତି । ଏହା ତୁରନ୍ତ ପ୍ରତ୍ୟାହାର କରାନଗଲେ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ଓ ବାଲେଶ୍ୱର ଜିଲାର ସମସ୍ତ ସମବାୟ ସମିତିକୁ ଅଚଳ କରଦିଆଯିବ । ଫଳରେ ଚାଷୀମାନଙ୍କର ଯେଉଁ ସମସ୍ୟା ସୃଷ୍ଟି ହୋଇ କ୍ଷତି ହେବ ସେଥିପାଇଁ ସମବାୟ ସମିତିର ଉଚ୍ଚ ପଦସ୍ଥ ଅଧିକାରୀ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସତର୍କ କରି ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସହସମ୍ପାଦକ ଗଙ୍ଗାଧର ନାୟକ ଓ ଗୌରାଙ୍ଗ ବିଶ୍ୱାଳ, ରାଧାଶ୍ୟାମ ଜେନା, ଜନରଂଜନ ମିଶ୍ର, ବଳରାମ ସେନାପତି, ପ୍ରଦୀପ ରାଉତ, ଗୋପିନାଥ ମହାନ୍ତି, ପୀତବାସ ମଳିକ, ବ୍ଲକ ସଂଗଠନ ସମ୍ପାଦକ ମାୟାଧର ବେହେରା, ଶାଖା ସମ୍ପାଦକ ସଞ୍ଜୟ ନାୟକ ଓ ଦୀପକ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଗୀତାଞ୍ଜଳି ଦାସ, ସତ୍ୟଭାମା ବିଶ୍ୱାଳ, ରାଜେନ୍ଦ୍ର କୁମାର ବେହେରା, ଗୋପିନାଥ ଭୂୟାଁ, କୃପାସିନ୍ଧୁ ଦାସ, ଅଚ୍ୟୁତାନନ୍ଦ ମହାନ୍ତି, ଦେବକାନ୍ତ ନାୟକ, ଗଙ୍ଗାଧର ସାହୁ, ଅମରେନ୍ଦ୍ର ନାୟକ, ଧୀରେନ ରାଉତ, ସାଇରାମ ନାୟକ, ଦୟାନିଧି ନାୟକ, ସରୋଜ କୁମାର ନାୟକ, ବିଶ୍ୱନାଥ ଖୁଣ୍ଟିଆ, ପ୍ରମୋଦ ମିଶ୍ର, ନିମାଇଁ ଚରଣ ନାଥ, ଶଙ୍କର୍ଷଣ ଜେନା, ମନୋରଜଂନ ବଳ, ଦୟାନିଧି ନାୟକ ପ୍ରମୁଖ ତିହିଡ଼ି ବ୍ଲକର ବିଭିନ୍ନ ସେବା ସମବାୟ ସମିତିର ସମ୍ପାଦକ ଓ କର୍ମଚାରୀ ଉପସ୍ଥିତ ଥିଲେ ।
