ଭଦ୍ରକ : ତା ୧୦.୪.୨୩ ରିଖ । ତିହିଡ଼ି ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ୧୦-୪-୨୦୨୩ ସୋମବାର ଦିନ ଜିଲ୍ଲାପାଳ ଓ ଏ.ଏସ୍.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ, ଭଦ୍ରକ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍.ପି. ବିଜୟ ରଞ୍ଜନ କେର୍କେଟା ଏହି ଶିବିରରେ ଯୋଗ ଦେଇ ସମୁଦାୟ ୭୬ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୭୦ଟି ବ୍ୟକ୍ତିଗତ ସମସ୍ୟା ମୂଳକ ଏବଂ ୬ଟି ସାମୂହିକ ସମସ୍ୟା ମୂଳକ ଅଭିଯୋଗ ଥିଲା । ବ୍ୟକ୍ତିଗତ ସମସ୍ୟା ମଧ୍ୟରୁ ରେଡ଼୍କ୍ରସ୍ ସମ୍ବନ୍ଧୀୟ ୨ଟି ଅଭିଯୋଗର ଶୁଣାଣି କରି କ୍ୟାନସର ଜନିତ ରୋଗର ଚିକିତ୍ସା ପାଇଁ ୨ଜଣଙ୍କୁ ସମୁଦାୟ ୨୨ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପରିଷଦ, ଭଦ୍ରକର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ତିହିଡ଼ି ବି.ଡ଼ି.ଓ ଜ୍ୟୋତିର୍ମୟ କର ଏବଂ ତିହିଡ଼ି ତହସିଲଦାର ପ୍ରତୀକ ସାହୁ ଏହି ଶିବିର ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ । ଉକ୍ତ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ଥିଲେ ।
Post Views: 65,360