୧୧ ଗ୍ରାମର ବ୍ରାଉନସୁଗାର ଜବତ, ୨ ଗିରଫ
ଭଦ୍ରକ : ଏମଭିଆଇ ଚେକିଂ ଚାଲୁଥିବାବେଳେ ଦୁଇଜଣ ଯୁବକଙ୍କ ଠାରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ୧୧ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏବଂ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୪.୫୫ ମିନିଟ୍ ସମୟରେ ୧୬ନଂ ଜାତୀୟ ରାଜପଥ ଗେଲପୁର ଜ୍ୟୋତି କନଭେଣ୍ଟ ସ୍କୁଲ ନିକଟରେ ଏମଭିଆଇ ଚେକିଂ ଚାଲୁଥିବା ସମୟରେ ସନ୍ଦେହ ଅବସ୍ଥାରେ ବାଇକ୍ ଯୋଗେ ଆସୁଥିବା ଦୁଇଜଣ ଯୁବକଙ୍କ ଅଟକାଇ ଯାଞ୍ଚ କରିଥିଲେ । ପୁଲିସ୍ ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୧୧ ଗ୍ରାମର ବ୍ରାଉନସୁଗାର, ପେକିଂ ଖାଲି ପୁଡିଆ, ଦୁଇଟି ମୋବାଇଲ୍ ଫୋନ୍, ଗୋଟିଏ ହିରୋହୋଣ୍ଡା ସିବିଜେଡ୍ ମୋଟର ସାଇକେଲ, ନଗଦ ଏକଶହ ଟଙ୍କା, ଆଡି କାର୍ଡ ଜବତ କରିଛି । ସେମାନେ ଭଦ୍ରକର ବଉଳପୋଖରୀରୁ ବ୍ରାଉନସୁଗାର ନେଇ ପାଣିକୋଇଲି ଯାଉଥିବାର ଜଣାପଡିଥିଲା । ଏବଂ ସେମାନଙ୍କ ନାମରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେଶ୍ ନଂ ୬୩୭, ତା ୧୫.୧୨.୨୨ ରିଖ, ଦଫା ୨୧ (ବି) / ୨୯ ଅଫ୍ ଏନ୍ଡିପିଏସ୍ ମୂଳେ ମାମଲା ରୁଜୁ ହୋଇଛି । ଧରାପଡିଥିବା ଦୁଇ ଅଭିଯୁକ୍ତ ହେଲେ କଟକ ଜିଲା କାନପୁର ଥାନା ଅଢେଇଗୁଣ୍ଡି ଥାନାର ମୃତ୍ୟୁଞ୍ଜୟ ମହାରଣାଙ୍କ ପୁତ୍ର ଜ୍ଞାନେନ୍ଦ୍ର (୨୭) ଓ ଚୌଦାର ଥାନା ଅଧୀନସ୍ଥ ନୂଆସାହି ନିବାସୀ ସ୍ୱର୍ଗତଃ ଦେବେନ୍ଦ୍ରନାଥ ମିଶ୍ରଙ୍କ ପୁତଅ ସମ୍ବିତ କୁମାର (୩୭) । ଆଜି ସେମାନଙ୍କୁ ଗ୍ରାମାଞ୍ଚଳ ଥାନା ପୁଲିସ୍ କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।
