ଅବ୍ୟବସ୍ଥିତ ହେଉଛି ନୟାଗଡ଼ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା
ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। ଯାହାର ପ୍ରଭାବ ସିଧାସଳଖ ଶାସକଦଳ ଉପରେ ପଡୁଥିବାର ଚର୍ଚ୍ଚା, ଆଲୋଚନା, ସମାଲୋଚ଼ନାରୁ ଯେ କେହି ଠଉରେଇ ପାରୁଛି। ସରକାର ସପ୍ତମ ବେତନ କମିଶନ ମୋଡାଲିଟି ପ୍ରକାଶ କରିବା ପୂର୍ବରୁ ନୂତନ ଅନୁଦାନପ୍ରାପ୍ତ କେତେକ ବିଦ୍ୟାଳୟର ପିଇଟି ଶିକ୍ଷକଂକ ତରବରିଆ ଆପ୍ରୁଭାଲ୍ କରାଯିବା ଏପରିକି ଦରମା ପ୍ରଦାନ ଘଟଣା ପଛରେ କେଉଁ କାରଣ ନିହତ ଅଛି ତାହା କାହାକୁ ଅଛପା ନାହିଁ। ଏବେ ପୁଣି କିଭଳି ଆପ୍ରୁଭାଲ୍ ହେବ ତାକୁ ନେଇ ଚାଲିଛି ମାନସମନ୍ଥନ। ଶିକ୍ଷକ ମାନଂକୁ ସଠିକ୍ ଭାବେ ବିଦ୍ୟାଳୟ ଗୁଡିକରେ ଅବସ୍ଥାପିତ କରାନଯିବା ଫଳରେ ବିଭିନ୍ନ ସ୍ଥାନରେ ଦିନକୁ ଦିନ ଜନଅସନ୍ତୋଷ ବଢିଚାଲିଛି। ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସତେ ଯେମିତି ମୋ ସରକାର, ଫାଇଭ୍-ଟି ପର ହୋଇଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ମଧ୍ଯ ମତପ୍ରକାଶ ପାଉଛି। ଏବେ ସପ୍ତମ ବେତନ କମିଶନ ମୋଡାଲିଟି ପ୍ରକାଶ ପରେ ଅନେକ ଶିକ୍ଷା ଜିଲ୍ଲାରେ ଶିକ୍ଷକ କର୍ମଚାରୀମାନଙ୍କ ଆପ୍ରୁଭାଲ୍ ସରିଗଲାଣି।ହେଲେ ନୟାଗଡ଼ ଶିକ୍ଷା ଜିଲ୍ଲାରେ କେଉଁ ଉଦ୍ଦେଶ୍ଯରେ ଓ କାହିଁକି ବିଳମ୍ବକୁ ନେଇ ନାନା କଥା ଶୁଣିବାକୁ ମିଳୁଛି।
