୫୩ନଂ ୱାର୍ଡ ଅନ୍ଦରପୁର ମୁଖ୍ୟ ରାସ୍ତାର ନବୀକରଣ
କଟକ : କଟକ ମହାନଗର ନିମଗ ଅନ୍ତର୍ଗତ ୫୩ନଂ ୱାର୍ଡସ୍ଥିତ ଅନ୍ଦରପୁର ଅଂଚଳର ମୁଖ୍ୟ ରାସ୍ତାଟି ଦୀର୍ଘଦିନ ଖାଲ ଖମା ହୋଇ ବର୍ଷପାଣି ଜମି ରହୁଥିଲା । ଯାହାଫଳରେ ୱାର୍ଡବାସୀମାନେ ଯାତାୟତରେ ବହୁ ସମସ୍ୟାର ସମୁଖୀନ ହେଉଥିଲେ । ସ୍ଥାନୀୟ କର୍ପୋରେଟର ଅରବିନ୍ଦ ଜେନାଙ୍କ ଉଦ୍ୟମକ୍ରମେ ଏବଂ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ବିଶ୍ୱାଳଙ୍କ ସହାୟତାରେ ଏହି ରାସ୍ତାର ନବୀକରଣ କାମ ପାଇଁ ମୁକ୍ତା ଯୋଜନାରେ ଅନ୍ଦୁରପୁର ଛକ ଠାରୁ ନାଗେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଫେବର ବ୍ଲକ୍ ରୋଡ ପାଇଁ ୧୫ ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଏହି ରାସ୍ତାର କାର୍ଯ୍ୟଭାର ଓମ ସାଇରାମ ଏସଏସଜି ଗୃପ୍କୁ ହସ୍ତାନ୍ତର କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥିଭାବେ ଯୋଗଦେଇ କାର୍ଯ୍ୟର ଶିଳାନ୍ୟାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମୁରବୀ ରଜନୀକାନ୍ତ ପରିଜା, ବ୍ରଜ କିଶେର ସ୍ୱାଇଁ, ପ୍ରମୋଦ କୁମାର ପୃଷ୍ଟି, ସଚ୍ଚି ମିଶ୍ର, ସାହି ଅଧିକାରୀ ପ୍ରମୋଦ ଭୋଳ, ସାରଙ୍ଗପାଣୀ ସଢ଼ଙ୍ଗୀ, ଡଃ ବ୍ୟମୋକେଶ କାନୁନଗୋ, ବିଦୁଲତା ସ୍ୱାଇଁ, ମନୋରମା ସାହୁ, ଉଷାରାଣୀ ସାହୁ, ମଧୁସ୍ମିତା ବାରିକ, ନଳିନୀ ପ୍ରଭା ସାହୁ, ସୁଶମା ବେହୁରା, ପ୍ରାଣକୃଷ୍ଣ ଜେନା, ରମେଶ ଚନ୍ଦ୍ର ଦାସ, ରାଜନ କୁମାର ସିହ୍ନା, ନଗେନ୍ ଦାସ, ଖିରୋଦ ସ୍ୱାଇଁ, ସୁଶାନ୍ତ କୁମାର ବେହେରା, ରାଜେନ୍ଦ୍ର ମହାପାତ୍ର, ଅଧିର କୁମାର ବେହେରାଙ୍କ ସମେତ ବହୁ କର୍ମକତା ଓ ଯୁବ ବର୍ଗ ଉପସ୍ଥିତ ଥିଲେ ।
