ଏଚସିଜି ପଣ୍ଡା କ୍ୟାନସର ହସପିଟାଲରେ ବିରଳ ଅସ୍ତ୍ରୋପ୍ରଚାର ୧୩ ବର୍ଷର ବାଳକ ଶରୀରରେ ପ୍ରଥମ ଲୋୟର ଲିମ୍ବ ସାଲଭେଜ ସର୍ଜରୀ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
କଟକ : ଓଡ଼ିଶାରେ ପ୍ରଥମ ଥର ପାଇଁ କଟକ ତେଲେଙ୍ଗା ତେଲପେଣ୍ଠ ସ୍ଥିତ ଏଚସିଜି ପଣ୍ଡା କ୍ୟାନସର ହସପିଟାଲରେ ଅଷ୍ଟିଓସାରକୋମା (ଏକ ପ୍ରକାର କ୍ୟାନସର ଯାହା ଅସ୍ଥିର କୋଷିକା ଗୁଡିକରୁ ଆରମ୍ଭ ହୋଇଥାଏ) ଏହି ରୋଗରେ ଆକ୍ରାନ୍ତ ୧୩ ବର୍ଷ ବୟସ୍କ ବାଳକର ବାମ ଗୋଡ ନିମ୍ନ ଭାଗରେ ଏକ ଲୋୟର ଲିମ୍ବ ସାଲଭେ ସର୍ଜରୀ କରାଯାଇଛିି । ଏହି ଅସ୍ତ୍ରୋପଚାର ଡାକ୍ତରମାନଙ୍କୁ ପ୍ରଭାବିତ ଅସ୍ଥି ଅଂଶକୁ ବାହାର କରିଦେଇ ଏବଂ ସେହି ସ୍ଥାନରେ ପ୍ରୋସ୍ୟଥେଟିକ୍ସ ଖଞ୍ଜି ଉକ୍ତ ବାଳକର ଅଙ୍ଗକୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିଛି । ଏହି ବିରଳ ଅସ୍ତ୍ରୋପଚାରରେ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡା. ଜ୍ୟୋତି ରଞ୍ଜନ ସ୍ୱାଇଁ, ଅର୍ଥୋପେଡିକ ଅଙ୍କୋଲୋଜିଷ୍ଟ ଡା.କ୍ଷିତୀଶ ମହାନ୍ତି ଏବଂ ସେମାନଙ୍କ ଚିକିତ୍ସକ ସହାକାରୀଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା । ୧୩ ବର୍ଷର ବାଳକ ଚନ୍ଦ୍ର ଯେତେବେଳେ ଏହି ରୋଗରେ ସେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଗଲା, ସେତେବେଳେ ତାହାର ପରିବାର ଲୋକେ ଦୁଃଖରେ ଭାଙ୍ଗିପଡଥିଲେ । ଅଭାବ ଅନାଟନରେ ଦେଇ ଗତିକରୁଥିବା ପରିବାରରୁ ଆସିଥିବା ଏହି ଦମ୍ପତି ସେମାନଙ୍କ ପୁଅକୁ ଏଭଳି ରୋଗରୁ ଆରୋଗ୍ୟ କରିବା ନିମନ୍ତେ ଯାହା ସମ୍ଭବ ତାହା କରିଥିଲେ । ତେବେ ପୁଅର ଜୀବନ ରକ୍ଷା ପାଇଁ ତାହାର ଗୋଡ କାଟିବାକୁ ପଡିବ ଏବଂ ତାକୁ ଉନ୍ନତ ଚିକିତ୍ସା ସୁବିଧା ନିମନ୍ତେ ଅତ୍ୟାଧୁନିକ ହସପିଟାଲକୁ ପଠାଇବା ପାଇଁ ପଡିବ ବୋଲି କହିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିଲେ । ପୁଅର ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ଅସମର୍ଥ ଥିବା ପରିବାର ଯେତେବେଳେ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡା. ଜ୍ୟୋତିରଞ୍ଜନ ସ୍ୱାଇଁଙ୍କ ସହ ଯୋଗାଯୋଗ କରିଥିଲେ ସେତେବେଳେ ତାଙ୍କ ମନରେ ଏକ ଆଶାର କିରଣ ଜାଗିଉଠିଥିଲା । ପରିବାରର ଦୁଃଖ ଏବଂ ନାବାଳକର ଯନ୍ତ୍ରଣାରେ ସମବେଦନା ପ୍ରକାଶ କରି ଡା. ସ୍ୱାଇଁ ତାହାର ଚିକିତ୍ସାକୁ ଏକ ଚାଲେଞ୍ଜ ଭାବରେ ଗ୍ରହଣ କରି ତାଙ୍କ ସହିତ ଅର୍ଥୋପେଡିକ ଅଙ୍କୋଲୋଜିଷ୍ଟ ଡା. କ୍ଷିତୀଶ ମହାନ୍ତି ଓ ଆନାସ୍ଥେଲୋଜିଷ୍ଟ ଡା. ତପନ କୁମାର ପ୍ରମୁଖ ଚନ୍ଦ୍ରର ଶାରୀରିକ ଅବସ୍ଥା ପରୀକ୍ଷା ନିରୀକ୍ଷା କରି ତାହାର ଗୋଡକୁ ସୁରକ୍ଷିତ ରଖିବା ତଥା ତାକୁ ଏକ ଅଧିକ ଉତମ ଜୀବନ ପ୍ରଦାନ ନିମନ୍ତେ ଲିମ୍ବ ସାଲଭେ ସର୍ଜରୀ କରିବାକୁ ସ୍ଥିର କରିଥିଲେ । ଏକ ଡାକ୍ତରୀଦଳ ଠାରୁ ଭରସା ପାଇ ରୋଗୀର ପରିବାର ଚିକିତ୍ସା ନିମନ୍ତେ ରାଜି ହୋଇଯାଇଥିଲେ । ଡା. ସୁଶାନ୍ତ କୁମାର ପାଇକରାୟଙ୍କ ଦ୍ୱାରା ରୋଗୀ ଶରୀରରେ ସର୍ଜରୀ ପୂର୍ବରୁ ତାହାର ଟ୍ୟୁମର ଆକାର ହ୍ରାସ କରିବା ପାଇଁ ନିଓଆଜୁଭା କେମୋଥେରାପିର ଚିକିତ୍ସାର ଆରମ୍ଭ କରାଯାଇଥିଲା । ଏହି ଅସ୍ତ୍ରୋପଚାର ପ୍ରକ୍ରିୟା ସମୟରେ ଡାକ୍ତରୀଦଳ ଟ୍ୟୁମର ଓ ତାହାର ନିକଟବର୍ତୀ ଅସ୍ଥି ଏବଂ ତାହା ଚାରିପଟେ ଥିବା ଟିସୁ ଗୁଡିକୁ ବାହାର କରିବାକୁ ଟିବିଆ (ଗୋଡର ଅସ୍ଥି)ରେ ୧୯ ସେଂଟି ମିଟର କାଟିଥିଲେ । ପରେ ସେହି ସ୍ଥାନରେ ପ୍ରୋସ୍ୟଥେଟିକ୍ସ ଲଗାଯାଇଥିଲା । ଉକ୍ତ ଟ୍ୟୁମର ଯଦି ଆଉ ଏକ ସେଂଟି ମିଟର ବୃଦ୍ଧି ପାଇଥାନ୍ତା ଅଥବା ସେଥିସହିତ କୌଣସି ରକ୍ତବାହୀ ନଳୀ ଅଥବା ସ୍ନାୟୁ ଯଦି ସଂଯୁକ୍ତ ହୋଇଥାନ୍ତା, ତେବେ ତାହାର ପରିଣତି ଭୟାବହ ହୋଇପଡିଥାନ୍ତା । ଡାକ୍ତରୀ ଦଳ ରୋଗୀର ସ୍ଥିତି ଏବଂ ପ୍ରତ୍ୟେକଟି ଚିତ୍ରକୁ ଯତ୍ନର ସହିତ ଅନୁଶୀଳନ କରିବା ପରେ ବାଳକକୁ ବିନା କୌଣସି ଅକ୍ଷମତାରେ ନୂଆ ଜୀବନ ଦେବାକୁ ସମ୍ମିଳିତ ଭାବରେ କାର୍ଯ୍ୟ କରିଥିଲେ । ଡା. ସ୍ୱାଇଁ କହିଛନ୍ତି ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ନାବାଳକ ଗୋଡରୁ ଏକ ବିରାଟ ଟ୍ୟୁମର କାଢିବାକୁ ତା’ ଦେହରେ ଏକ ଲୋୟର ଲିମ୍ବ ସାଲଭେ ସର୍ଜରୀ କରିଛନ୍ତି ଏବଂ ଏହା ବିରାଟ ସଫଳତା ହୋଇଛି ଯାହା ଆମକୁ ଗର୍ବିତ କରିବା ସହିତ ସେହି ସମୟରେ ବିନୟୀ କରାଉଛି । ଆମେ ଡାକ୍ତର ଭାବରେ ଅତିମାତ୍ରାରେ ସନ୍ତୋଷ ଅନୁଭବ କରୁଛୁ ଏବଂ ଚନ୍ଦ୍ରର ପିତାମାତାଙ୍କ ମୁହଁରେ ହସ ଦେଖି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛୁ । ଚନ୍ଦ୍ର ବିନା କୌଣସି ସହାୟତାରେ ଖୁବଶୀଘ୍ର ଚାଲିବାକୁ ସକ୍ଷମ ହେବ ଏବଂ ତାର ଉଜ୍ଜ୍ୱଳ ଭବିଷ୍ୟତ ନେଇ ଆମେ ଆଶାବାଦୀ ଅଛୁ । ଏହି ଅବସରରେ ରୋଗୀଟିର ସପରିବାର ଏହି ବିରଳ ଅସ୍ତ୍ରୋପ୍ରଚାର ପାଇଁ ହସପିଟାଲର ଡାକ୍ତରମାନଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।
