ଆମ ରୋଷେଇ- “ଚିକେନ୍ ରୋଲ୍”
ସାମଗ୍ରୀ :
ଚିକେନ୍ – ୨୦୦ ଗ୍ରାମ (ଛୋଟ ଛୋଟ ପିସ୍)
ପିଆଜ – ୧ ଟି (ସରୁ କଟା)
ବିଲାତି କଟା – ୧ ଟି (ମଧ୍ୟମ)
କଟା କଞ୍ଚା ଲଙ୍କା – ୨ଟି
ଲଙ୍କା ଗୁଣ୍ଡ – ୧ ଚିମୁଟାଏ
ଗରମ ମସଲା – ୨ ଚିମୁଟା
ତେଲ – ୨ ଟେବୁଲ ଚାମଚ
ଲେମ୍ବୁ ରସ – ୧/୨ ଚାମଚ
କଟା କାକୁଡି – ୧/୨ ଟି
ଟମାଟୋ ସସ୍ – ୧ ଚା’ ଚାମଚ
ଧନିଆ ପତ୍ର – ୧/୨ ଟେବୁଲ ଚାମଚ
ଚିଲି ସସ୍ – ୧ ଟେବୁଲ ଚାମଚ
ମାରିନେଟ ପାଇଁ :
ଧନିଆ ଗୁଣ୍ଡ – ୧/୨ ଚା’ ଚାମଚ
ଜିରା ଗୁଣ୍ଡ – ୧/୨ ଚା’ ଚାମଚ
ହଳଦୀ ଗୁଣ୍ଡ – ଚିମୁଟାଏ
ଦହି – ୧ ଚା ଚାମଚ
ଗୋଲମରିଚ ଗୁଣ୍ଡ – ୨ ଚିମୁଟା
ଅଦା-ରସୁଣ ପେଷ୍ଟ – ୧ ଚା’ ଚାମଚ
ରୁଟି ପାଇଁ :
ମଇଦା – ୨ କପ୍
ଅଟା – ୧ ଟେବୁଲ-ଚାମଚ
ଲୁଣ – ଅଳ୍ପ
ପାଣି – ଦଳିବା ପାଇଁ
ଦହି – ୧/୨ ଟେବୁଲ-ଚାମଚ
ତେଲ – ୧ ଟେବୁଲ ଚାମଚ
ପ୍ରଣାଳୀ-
ପ୍ରଥମେ ଛୋଟ ଛୋଟ କରି କଟା ଯାଇଥିବା ଚିକେନ୍ ଖଣ୍ଡ ଗୁଡିକୁ ଧୋଇ ଭଲଭାବରେ ପରିସ୍କାର କରିନିଅନ୍ତୁ ।
ଏକ ପାତ୍ରରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଦହି, ଗୋଲମରିଚ ଗୁଣ୍ଡ ଓ ଅଦା-ରସୁଣ ପେଷ୍ଟ ନେଇ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଏବେ ଏଥିରେ ଚିକେନ୍ ପକାଇ ଭଲ ଭାବେ ଗୋଳାଇ ୧ ଘଣ୍ଟା ପାଇଁ ରଖନ୍ତୁ ।
ଏହାପରେ ପ୍ୟାନ ନେଇ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ କଟା ପିଆଜ ପକାନ୍ତୁ । ଏହା ହାଲକା ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ ।
ଏବେ କଟା ବିଲାତି ପକାଇ ମଧ୍ୟମ ଆଞ୍ଚରେ ୨ ରୁ ୩ ମିନିଟ ଯାଏ ରାନ୍ଧନ୍ତୁ ।
ଏହାପରେ ମାରିନେଟ ହୋଇ ରହିଥିବା ଚିକେନ୍ ପକାଇ ଭଲଭାବେ ମିଶାନ୍ତୁ । ଏହାକୁ ୨ ରୁ ୩ ମିନିଟ କସନ୍ତୁ । ପରେ ଏଥିରେ ୧/୨ କପ ପାଣି ଦେଇ ଧିମା ଆଞ୍ଚରେ ଚିକେନ୍ ସିଝିବା ଯାଏ ରାନ୍ଧନ୍ତୁ ।
ଚିକେନ୍ ସିଝି ଆସିଲେ ଗରମ ମସଲା ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଆଞ୍ଚରୁ ଓହ୍ଲାଇ ଅଣାନ୍ତୁ ।
ମଇଦା, ଅଟା, ଲୁଣ, ପାଣି ଓ ଦହି ମିଶାଇ ଭଲକରି ଦଳି ନରମ କରି ୧ ଘଣ୍ଟା ପାଖାପାଖି ଓଦାକନାରେ ଢାଙ୍କି ରଖନ୍ତୁ । ପରେ ରୋଟୀ ସାଇଜର ଗୁଳା କରି ପତଳା କରି ବେଲି ତାୱା ଉପରେ ଅଳ୍ପ ଦେଇ ଦେଇ ଦୁଇପଟ ସେକି ରଖନ୍ତୁ ।
ଏବେ ଏହି ଗରମ ରୋଟୀ ଉପରେ ରନ୍ଧା ହୋଇଥିବା ଚିକେନ୍ ରଖନ୍ତୁ । ଏବେ ଏହା ଉପରେ ହାଲକା ଲେମ୍ବୁ ରସ ପକାନ୍ତୁ । ଏହା ସହିତ ଏଥିରେ କିଛି କଟା ପିଆଜ, କିଛି କଟା କାକୁଡି, କିଛି କଟା ଧନିଆ ପତ୍ର ଓ ଅଳ୍ପ ଟମାଟୋ ଓ ଚିଲି ସସ୍ ପକାଇ ଗୁଡ଼ାଇ ରୋଲ୍ କରିଦିଅନ୍ତୁ ।
ଟିସୁ ପେପର କୁ ରୋଲ୍ ଅଧାରୁ ଗୁଡ଼ାଇ ଧରିବାକୁ କରି ପରସନ୍ତୁ ।
ଚିକେନ୍ ରୋଲ୍ କେମିତି ଲାଗିଲା?
୧) ଭଲ ବହୁତ ଭଲ
