ଆମ ରୋଷେଇ- “ମୁଗ ଡାଲି ଖେଚୁଡ଼ି”
ସାମଗ୍ରୀ :
ଘିଅ – ୨ ଟେବୁଲ ଚାମଚ
ଜିରା – ୧/୨ ଚ’ ଚାମଚ
ତେଜ ପତ୍ର – ୧ଟି
ଅଦା ପେଷ୍ଟ – ୧/୨ ଚା ଚାମଚ
କଟା ପିଆଜ – ୧ ଟି ଛୋଟ
କଞ୍ଚା ଲଙ୍କା – ୧ଟି କଟା
କଟା ବିଲାତି – ୧ଟି ଛୋଟ
ହଳଦୀ – ୧/୮ ଚା’ ଚାମଚ
ଲୁଣ – ସ୍ବଦାନୁସାରେ
ଅରୁଆ ଚାଉଳ – ୧/୨ କପ
ମୁଗ ଡାଲି – ୧/୨ କପ
ପାଣି – ୩ ରୁ ୪ କପ
ହେଙ୍ଗୁ – ଚିମୁଟାଏ
ଘିଅ – ୧ ଚା’ ଚାମଚ (ଖେଚୁଡ଼ି ଉପରେ ପକାଇବା ପାଇଁ)
ପ୍ରଣାଳୀ :
ପ୍ରଥମେ ଚାଉଳ ଓ ମୁଗ ଡାଲିକୁ ଭଲଭାବେ ଧୋଇ ପାଣିରେ ଭିଜାଇ ରଖନ୍ତୁ । ୩୦ ମିନିଟ ପରେ ଚାଉଳ ଓ ଡାଲିକୁ ଛାଣି ରଖନ୍ତୁ ।
ପିଆଜ. କଞ୍ଚା ଲଙ୍କା ଓ ବିଲାତି କୁ କାଟି ରଖନ୍ତୁ । ଅଦା କୁ ଛେଚି କିମ୍ବା କରି ରଖନ୍ତୁ ।
ପ୍ରେସର କୁକର ରେ ଘିଅ ନେଇ ଗରମ କରନ୍ତୁ ।
ଘିଅ ଗରମ ହୋଇଗଲେ ଜିରା ପକାନ୍ତୁ ।ଜିରା ଫୁଟିବାକୁ ଆରମ୍ଭ କଲେ ତେଜପତ୍ର ପକାନ୍ତୁ ।
ପରେ ଅଦା ଛେଚା ପକାଇ ହାଲକା ମଧ୍ୟମ ଆଞ୍ଚରେ ଭାଜନ୍ତୁ ।
ଏବେ ହେଙ୍ଗୁ, କଟା ପିଆଜ ଓ କଞ୍ଚା ଲଙ୍କା ପକାଇ ସୁନେଲି ରଙ୍ଗ ହେବ ଯାଏ ଭାଜନ୍ତୁ ।
ପରେ ବିଲାତି, ଲୁଣ ଓ ହଳଦୀ ପକାଇ ବିଲେଇ ନରମ ହେବା ଯାଏ ଭାଜନ୍ତୁ ।
ଏବେ ଚାଉଳ ଓ ଡାଲି ପକାଇ ୩ ରୁ ୪ ମିନିଟ ଭାଜନ୍ତୁ ।
ପରେ ୩ କପ ପାଣି ପକାଇ ଭଲକରି ଗୋଳାଇ ଦିଅନ୍ତୁ । ଏହାକୁ ଇକେ ଚାଖି ଆବଶ୍ୟକ ପଡିଲେ ନିଜ ସ୍ୱାଦ ଅନୁସାରେ ଲୁଣ ଦେଇ ପାରନ୍ତି ।
ଏବେ ପ୍ରେସ୍ରର କୁକର ର ଢାଙ୍କୁଣୀ ଢାଙ୍କି ୨ ଟି ହ୍ୱିସିଲ ମାରିବା ଯାଏ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ ।
ମୁଗ ଡାଲି ଖେଚୁଡ଼ି ପ୍ରସ୍ତୁତ ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ଏବଂ ଏହା ଉପରେ ୧ ଚା’ ଚାମଚ ଘିଅ ପକାଇ ପରସନ୍ତୁ ।
ମୁଗ ଡାଲି ଖେଚୁଡ଼ି କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
