ଆମ ରୋଷେଇ- “ଖଡା ମୂଳ ଚୁନା ମାଛ ରାଇ”
ସାମଗ୍ରୀ :
ଖଡ଼ା ଶାଗ ମୂଳ କଟା (୧ ଇଞ୍ଚ) – ୧ କପ୍
ଜହ୍ନିକଟା – ୧/୨ କପ୍
ବାଇଗଣ କଟା – ୧/୨ କପ୍
କଦଳୀ କଟା – ୧/୨ କପ୍
ଆଳୁ କଟା – ୧/୨ କପ୍
ସାରୁ କଟା – ୧/୨ କପ୍
ଶୁଖୁଲା ଲଙ୍କା – ୨ଟି
ଫୁଟଣ – ୧ ଚାମଚ
ସୋରିଷ + ରସୁଣ + ଜିରା ବଟା – ୧ ଚେବୁଲ-ଚାମଚ
ସୋରିଷ ତେଲ – ୧ ଚାମଚ
ଲୁଣ – ସ୍ବାଦାନୁସାରେ
ହଳଦୀ ଗୁଣ୍ଡ – ୧/୪ ଚାମଚ
ଭଜା ଚୂନା ମାଛ – ୧ କପ୍
ପ୍ରଣାଳୀ :-
କରେଇରେ ତେଲ ଗରମ କରି ଲଙ୍କା ଫୁଟଣ ଫୁଟାଇ ସାରୁ ଓ ଖଡ଼ା ପକାଇ ୨-୩ ମିନିଟ୍ ଭାଜନ୍ତୁ ।
ତା’ପରେ ଅନ୍ୟ ପରିବା ଦେଇ ଲୁଣ, ହଳଦି ଓ ବଟା ମସଲା ପକାଇ ଓ ଗୋଳାଇ ଘୋଡ଼ାଇ ସିଝାନ୍ତୁ ।
ସିଝିଗଲେ ଅଳ୍ପ ଟିକେ ପାଣି ଦେଇ ମାଛଭଜା ପକାନ୍ତୁ ।
ଝୋଳ ଫୁଟି ଆସିଲେ ଢାଙ୍କୁଣୀ କାଢି ଦିଅନ୍ତୁ ।
ଝୋଳ ବହଳିଆ ହୋଇ ଆସିଲେ ଆଞ୍ଚ ବନ୍ଦ କରିଦିଅନ୍ତୁ ।
ଏଥିରେ ଟିକେ ଖଟା ପକାଇଲେ ଭଲ ଲାଗେ । ତେଣୁ ଗୋଟା ତେନ୍ତୁଳି ବା କଟା ଆମ୍ବୁଲ ପକାଇ ପାରନ୍ତି ।
ଖଡା ମୂଳ ଚୁନା ମାଛ ରାଇ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
