ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରଣବ ପ୍ରକାଶ ଦାସ ସଭାପତି ଓ ସଂପାଦକ ସଂଜୟ ବେହେରା ନିର୍ନ୍ଦନ୍ଦ୍ୱରେ ନିର୍ବାଚିତ
କଟକ : ଆଜି ଓଡିଶା କିକ୍ରେଟ୍ ଆସୋସିଏସନ୍(ଓସିଏ)ର ସଭାପତି ପଦରେ ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ଭାବେ ସଂଜୟ ବେହେରା ନିର୍ନ୍ଦନ୍ଦ୍ୱରେ ନିର୍ବାଚିତ ହେବାର ସୁନିଶ୍ଚିତ ହୋଇଛି । ଓସିଏରେ ସମ୍ମିଳନୀ କକ୍ଷରେ ଆଜି ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ସମୟରେ ସଭାପତି ପଦ ଲାଗି ନିର୍ବାଚନରେ ଶ୍ରୀ ଦାସ ଓ ସଂପାଦକ ପଦ ଲାଗି ଶ୍ରୀ ବେହେରାଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ଉଭୟେ ସଭାପତି ଓ ସଂପାଦକ ଭାବରେ ସେ ନିର୍ବାଚିତ ହେବାର ସୁନିଶ୍ଚିତ ହୋଇଯାଇଛି । ସେହିଭଳି ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ, ଯୁଗ୍ମ ସଂପାଦକ ଭାବେ ପ୍ରଭାତ ଭୋଳ, ଆପେକ୍ସ କାଉନସିଲର ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲା ବେଳେ ଏହିସବୁ ପଦ ପାଇଁ ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ଏମାନେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।
