ଧାମନଗର ଉପନିର୍ବାଚନ କଂଗ୍ରେସର ବିଶାଳ ବାଇକ୍ ଶୋଭାଯାତ୍ରାରେ ପିସିସି ସଭାପତି
ତିହିଡି : ଭଦ୍ରକ ଜିଲା ଧାମନଗର ନିର୍ବାଚନ ପ୍ରଚାର ଏବେ ସରଗରମ ହୋଇଛି । ମତଦାନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାରୁ ସମସ୍ତ ରାଜନୈତିକ ଦଳ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ତତ୍ପର ହୋଇ ପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ପନିଜ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ବିଜୟୀ କରିବା ପାଇଁ ଅଣ୍ଟା ଭିଡ଼ିଛି । ଗୁରୁବାର କଂଗ୍ରେସ ପକ୍ଷରୁ ତିହିଡ଼ି ବ୍ଲକ ଅଧୀନ ୧୩ ପଞ୍ଚାୟତରେ ବାଇକ୍ ଶୋଭାଯାତ୍ରା କରାଯାଇ ପ୍ରଚାର କରାଯାଇଛି । ବ୍ଲକ ଛକ ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ଅଚକ, ଦୋଳସାହି, ପାଳିଆବିନ୍ଧା, ନୂଆନନ୍ଦ, ଗୁଆମାଳ, କୁବେରା ପଞ୍ଚାୟତ ପରିକ୍ରମା କରିବା ପରେ ବାରୋ ପଞ୍ଚାୟତର କୁମ୍ଭମେଳା ପଡ଼ିଆରେ ପହଞ୍ôଚ ଥିଲା । ସେଠାରେ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ପୌରୋହିତ୍ୟରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା ଓ ଦାଶରଥି ଗମାଙ୍ଗ, ରାଜ୍ୟ ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡ଼ା, କିଶାନ କଂଗ୍ରେସ ରାଜ୍ୟ ସଭାପତି ଅମୀୟ କୁମାର ପଟ୍ଟନାୟକ, ସମ୍ପାଦକ ଜୟନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା,ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ମଧୁମିତା ସେଠୀ, ଗଣେଶ୍ୱର ବେହେରା, ନିରଂଜନ ବେହେରା, ଖଣ୍ଡପଡ଼ା ନେତା ବସନ୍ତ କୁମାର ମହାରଣା, ସବିତା ଚାନ୍ଦ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସତ୍ୟାନନ୍ଦ ରାଉତ, ବାସୁଦେବପୁର ନେତା ଅଶୋକ ଦାସ, ଚନ୍ଦବାଲି ନେତା ଦିଗମ୍ବର ଦାସ, ମନୋଜ ବିଶ୍ୱାଳ, ଭଦ୍ରକ ନେତା ନଳିନୀକାନ୍ତ ମହାନ୍ତି, ବିଧାୟକ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ, ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ରାଜ୍ୟ ପିସିସି ଉପସଭାନେତ୍ରୀ ଚୌଧୁରୀ ସ୍ନେହଲତା ରାଓ, ମହିଳା କଂଗ୍ରେସ ସମ୍ପାଦିକା ଉର୍ବଶୀ ମିଶ୍ର, ପିସିସି ସଦସ୍ୟା ମନୋଜା ମଂଜରୀ ଦେବୀ, ମହିଳାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ଅର୍ଚ୍ଚନା ନନ୍ଦୀ, ଜ୍ୟୋତ୍ସ୍ନା ସେନାପତି, ସୁଭଦ୍ରା ମିଶ୍ର, ପ୍ରଣତି ମିଶ୍ର, ବାସନ୍ତୀ ସାମଲ, ପ୍ରତିମା ପଣ୍ଡା, ସୁଲୋଚନା ନାୟକ, ଜିଲା କଂଗ୍ରେସ ସମ୍ପାଦକ ଅଶୋକ ସାହୁ, କଂଗ୍ରେସ ନେତା ବିକାଶ କୁମାର ଦାସ, ବିଦ୍ୟାଧର ମହାନ୍ତି, ନାରାୟଣ ଚନ୍ଦ୍ର ବାରିକ, ସରପଞ୍ଚ ଉଦ୍ଧବ ଚରଣ ନାୟକ, ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶ ନାମରେ ଲୋକମାନଙ୍କୁ ଭୂଆଁ ବୁଲାଉଛନ୍ତି । ରାଜ୍ୟରେ ବେକାର ସମସ୍ୟା ବୃଦ୍ଧି ପାଇଥିବା ବେଳେ ନାରୀମାନେ ଅସୁରକ୍ଷିତ ହୋଇ ଯାଇଛନ୍ତି ବୋଲି କହି କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗଣେଶ ମଳିକ, ଗଗନ ମହାନ୍ତି, ଦିଲ୍ଲୀପ ବିଶ୍ୱାଳ, ସର୍ବେଶ୍ୱର ବେହେରା, ମିନକେତନ ସେନାପତି, ବସନ୍ତ କୁମାର ନାୟକ, ସୁରେଶ ମହାପାତ୍ର, ଶ୍ୟାମସୁନ୍ଦର ପରିଧଡ଼ା, ସୁଧାଂଶୁ ଶେଖର ମାହୁନ୍ତ, ଜଗନ୍ନାଥ ମଲ୍ଲିକ, ବାଇଧର ଘଡ଼େଇ, ଅମର ବେହେରା, ପଦ୍ମାବତୀ ଜେନା, ଭାସ୍କର ନାଥ, ଗୋରାବାବୁ ସାହା, ସୁବାସ ସାହୁ, ରାଧାକାନ୍ତ ନାୟକ, ପ୍ରତାପ ବିଶ୍ୱାଳ, ସୁଧାକର ଦାସ, ପୃଥିରାଜ ନାୟକ, ପ୍ରକାଶ ବିଶ୍ୱାଳ, ରଣଜିତ ବଳ, ଜଗବନ୍ଧୁ ନାୟକ, ବୈଲୋଚନ ପଣ୍ଡା, ଲକ୍ଷ୍ମୀଧର ମାଝୀ, ରାଧାକାନ୍ତ ନାୟକ, ନରହରି ନାୟକ, ପୀତବାସ ସାହୁ, ସୁଶାନ୍ତ ଜେନା, ପ୍ରଶାନ୍ତ ମଲିକ, ସମ୍ବିତ ସାହୁ, ପ୍ରଭାତ ଦାସ ପ୍ରମୁଖଙ୍କ ସହିତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ ।
