କ୍ରୀଡ଼ା ଓ ସାଂସ୍କୃତିକ ପ୍ରେମୀଙ୍କ ତୃତୀୟ ଶ୍ରଦ୍ଧବାର୍ଷିକ
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ତିହିଡ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧୀନ ଐତିହାସିକ ବିରଂଚି ନାରାୟଣ ପୀଠର ପ୍ରଗତିକୁ ଆଗେଇ ନେବାରେ ସାରଥୀ ସାଜିଥିଲେ ଯୁବ ସମାଜସେବୀ ସ୍ୱର୍ଗତ ଦେବଦତ୍ତ ନାୟକ (ଅଖୁଜା) । ସେ ଜଣେ ସଂସ୍କୃତି ସମ୍ପନ୍ନ ଯୁବ ପ୍ରତିଭା ଥିବା ବେଳେ କ୍ରୀଡ଼ାପ୍ରେମୀ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ପାଳିଆବିନ୍ଧା ଗ୍ରାମର ସ୍ୱର୍ଗତ ଦେବଦତ୍ତଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ସ୍ଥାନିୟ ବିରଂଚିନାରାୟଣ କ୍ଲବ ପରିସର ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଯୁବ ସମାଜସେବୀ ତାପସ କୁମାର ଦାସଙ୍କ ସଂଯେଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, କୀର୍ତ୍ତନ ରାଉତ ଓ ବସନ୍ତ କୁମାର ନାୟକ, ସରପଞ୍ଚଙ୍କ ପ୍ରତିନିଧି ଅମୀୟ କୁମାର ମଲିକ, ସମିତିସଭ୍ୟ ପ୍ରତିନିଧି ନିତ୍ୟାନନ୍ଦ ବେହେରା, ପାଳିଆବିନ୍ଧା ସମବାୟ ସମିତି ବୋର୍ଡ଼ ସଦସ୍ୟ ଶୁଭ୍ରଜିତ ପାଲ, ସମାଜସେବୀ କମଳାକାନ୍ତ ଲେଙ୍କା, ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦେବଦତ୍ତଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ମଲିକ, ପର୍ଶୁରାମ ନାୟକ, ସୁଧନ୍ୱା ନାୟକ, ଉମାକାନ୍ତ ମଳିକ, ବସନ୍ତ କୁମାର ଦାସ, ରବିନ୍ଦ୍ର କୁମାର ନାୟକ, ଅଜିତ ମହାନ୍ତି, ଭରତ ସାହୁ, ମିତାରାଣୀ ମଳିକ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ।
