ଓଲଟିଲା ପିକ୍ଅପ୍ ଭ୍ୟାନ୍, ଶ୍ରମିକ ଆହତ
ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିରିଡ଼ି ନିକଟରେ ଓଲଟିଲା ପିକ୍ଅପ୍ ଭ୍ୟାନ୍ । ଦୁର୍ଘଟଣାରେ କିଛି ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, କିଛି ଶ୍ରମିକଙ୍କୁ ନେଇ ଫେରୁଥିବା ସମୟରେ ଭଣ୍ଡାରିପୋଖରୀ ବ୍ଲିକ ବିରିଡ଼ି ନିକଟରେ ଓଲଟିଲା ପିକ୍ଅପ୍ ଭ୍ୟାନ୍ । ବୈତରଣୀ ନଦୀ ବନ୍ଧରେ ଓଲଟିପଡିଛି ପିକ୍ଅପ୍ ଭ୍ୟାନ୍ । ଗାଡି ଡ୍ରାଇଭରଙ୍କ ସହ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । କିନ୍ତୁ କିଛି ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।
