ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ବର୍ଷାପାଣି, ସକାଳ ନୀତିରେ ବିଳମ୍ବ
ଭଦ୍ରକ : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅବପାତର ରୂପ ନେବା ପରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଜାରି ରହିଛି। ଫଳରେ ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଭଦ୍ରକ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଲହଡି ମାରୁଛି । ବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯାଇଥିବା ଦେଖିବାକୁ ମିଳିଛି । ଫଳରେ ସକାଳ ନୀତି ଓ ମଙ୍ଗଳ ଆଳତୀ ବିଳମ୍ବ ହୋଇଥିବା ସୂଚନା ମିଳିଛି ।
ମନ୍ଦିରରେ ମୋଟର ଚାଳିତ ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଥିବା ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନ ଯୋଗୁଁ ଅଶାନ୍ତ ହୋଇଥିବା ସମୁଦ୍ରରୁ ଉଚ୍ଚ ଜୁଆରପାଣି ଉଠି ଆସୁଛି । ଯାହାର ପ୍ରଭାବରେ ତଳମୁଣ୍ଡରେ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଥିବା ଦେଖିବାକୁ ମିଳିଛି ।
