ମହାନଦୀ ବିହାର କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ
କଟକ : କଟକ ୪୭ନଂ ୱାର୍ଡ ସ୍ଥିତ ମହାନଦୀବିହାର ଡେଭଲ୍ପମେଂଟ୍ ଆସୋସିଏସନ ପରିସରରେ ମହାନଦୀବିହାର କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ ହୋଇଯାଇଛି । ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏବଂ କଟକ ସଦର ପଚାଂୟତ ସମିତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି କମ୍ୟୁନିଟି ସେଂଟରଟି ନିର୍ମିତ ହୋଇଛି । ଏହି ଶୁଭ ଉଦଘାଟନୀ ଅବସରରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ଆଗାମୀ ଦିନରେ ମହିଳା ଓ ଯୁବବର୍ଗଙ୍କ ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ, ଏମଡିଏର ଉପଦେଷ୍ଠା ଇଂ ଗୋପାଳକୃଷ୍ଣ ବେହେରା, ସଭାପତି ରବିନାରାୟଣ ଶତପଥୀ, ଉପ-ସଭାପତି ରବିନ୍ଦ୍ର ପ୍ରସାଦ ତ୍ରିପାଠୀ, ସମ୍ପାଦକ ରମାକାନ୍ତ ଲେଙ୍କା, ଯୁଗ୍ମ-ସମ୍ପାଦକ ହିମାଂଶୁ ଷଢ଼ଙ୍ଗୀ, କୋଷାଧ୍ୟକ୍ଷ ଭାଗୀରଥୀ ସାମଲ, କାର୍ଯ୍ୟକାରୀ ସଦସ୍ୟ ସଞ୍ଜୟ କୁମାର ଜେନା, ପ୍ରହ୍ଲାଦ ଚନ୍ଦ୍ର ମହାନ୍ତି, ଗୋଲେଖ ଚନ୍ଦ୍ର କାନୁନଗୋ, ଶ୍ରୀଧର ନାୟକ, ହରିପ୍ରିୟା ଧଳ, ରମଣୀ ରଞ୍ଜନ ଦାସ, ସରୋଜ ପ୍ରସାଦ ସ୍ୱାଇଁ, ବରଦା ପ୍ରସନ୍ନ ନାୟକ, ବିଚିତ୍ରାନନ୍ଦ୍ର ପଣ୍ଡା, ପ୍ରଦୀପ୍ତ କୁମାର ମହାନ୍ତି, ରାମ ପ୍ରସାଦ ଗୋର୍ତି, ବୈକୁଣ୍ଠନାଥ ଆଚାର୍ଯ୍ୟ ଏବଂ ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବ୍ଲକ ଉନ୍ନୟନ ଅଧିକାରୀ ରାଜୀବ ଲୋଚନ ପରିଡା, କାର୍ଯ୍ୟନିର୍ବାହୀ ଅଧିôକାରୀ ଇଂ ବିକାଶ କୁମାର ଭୂୟାଁ, ପ୍ରିୟମ୍ବଦା ନାୟକ, ନିରୁପମା ଆଚାର୍ଯ୍ୟ, ମହାନଦୀ ବିହାର ମହିଳା ସମିତି, ମହାନଦୀ ବିହାର ବାରିଷ୍ଠ ନାଗରିକ ମଂଚ, ପେନସନରର୍ସ ଆସୋସିଏସନ, ଜଗନ୍ନାଥ ସାଂସ୍କୃତିକ ପରିଷଦ, ୪୭ନଂ ୱାର୍ଡ ବିଜୁ ଜନତା ଦଳର ସମସ୍ତ ନେତୃମଣ୍ଡଳୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
