ନାୟକାଣୀ ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ବୋଡ଼କ ସ୍ଥିତ ନାୟକାଣୀ ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ସାଂସଦ ମଂଜୁଲତା ମଣ୍ଡଳ, ସ୍ୱତନ୍ତ୍ର ଅତିଥି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ, ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ସରପଞ୍ଚ ସୁବାସିନୀ ଜେନା, ସମିତିସଭ୍ୟ ଜୟ ପ୍ରକାଶ ମଲିକ, ପ୍ରାଥମିକ ଶିକ୍ଷକ ସଂଘ ଜିଲା ସମ୍ପାଦକ ମନୋରଂଜନ ନାୟକ, ପୂର୍ବତନ ସରପଞ୍ଚ ଗୋଲେଖ ସାମଲ, ସମାଜସେବୀ ସୁଧନ୍ୱା ନାୟକ, ପ୍ରମୋଦ କୁମାର ଦାସ, ବିଷ୍ଣୁ ଚରଣ ଜେନା, ମୋ ସ୍କୁଲ ଅଭିଯାନ ସଭାପତି ପ୍ରେମାନ୍ଦ ପତି, ପରିଚାଳନା କମିଟି ଚେୟାରମେନ ପ୍ରମୋଦ ଖଟୁଆ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ପୂର୍ବତନ ସରପଞ୍ଚ ଶଶଧର ସାମଲ ଏବଂ ଶିକ୍ଷକ ଅକ୍ଷୟ କୁମାର ସେଠୀଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସିଆରସିସି ମନ୍ମଥ କୁମାର ଦାସ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷକ ଶଶିକାନ୍ତ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ବିଭୂତି ଭୂଷଣ ରାଉତ ବାର୍ଷିକ ବିବରଣୀ ପାଠ, ଶିକ୍ଷକ ସତ୍ୟନାରାୟ ଦାଶ ବେଦପାଠ ଓ ଶିକ୍ଷକ ଇନ୍ଦ୍ରମଣି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁଧୀର କୁମାର ପରିଡ଼ା, ଶ୍ରୀଧର ମହାନ୍ତି, ମହେଶ୍ୱର ନାଥ, ଦିଲୀପ ନାୟକ, ଶିକ୍ଷୟିତ୍ରୀ ରାଜଶ୍ରୀ ସିଂ, ମୌସୁମୀ ଭଟ୍ଟାଚାର୍ଯ୍ୟ, ରଚନା ଜେନା, ଇନ୍ଦୁପ୍ରଭା ବେହେରା, ପରିଚାଳନା କମିଟି ସଦସ୍ୟ ଶରତ ନାୟକ, ଅକ୍ଷୟ ପାଢ଼ୀ, ଉର୍ମିଳା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
