ଖ୍ରୀଷ୍ଟ କଲେଜରେ କ୍ଷୁଦ୍ର ନିଯୁକ୍ତି ମେଳା
କଟକ : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଯୋଜନା ଆଧାରରେ ଖ୍ରୀଷ୍ଟ କଲେଜରେ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଓ କଲେଜର କ୍ୟାରିଅର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମେଳାକୁ ଅଧ୍ୟକ୍ଷା ମଧୁମିତା ପାତ୍ର ଉଦଘାଟନ କରିଥିଲେ । ଉପାଧ୍ୟକ୍ଷା ଡ. କ୍ଷଣପ୍ରଭା ନନ୍ଦ ଉପସ୍ଥିତ ବେସରକାରୀ ବାଣିଜ୍ୟିକ ସଂସ୍ଥାର କର୍ମଚାରୀ ଓ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନଙ୍କୁ ସ୍ୱାଗତ କରିଥିଲେ । କ୍ୟାରିଅର କାଉନସେଲିଂ ସେଲର ନୋଡାଲ ଅଫିସର ଡ. ଦିଲ୍ଲୀପ କୁମାର ବରାଳ ଏବଂ କଟକ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଅଧିକାରୀ ଶୁଭେନ୍ଦୁ ଦାଶ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନଙ୍କୁ ଚୟନ ପ୍ରକ୍ରିୟାର ନିୟମାବଳୀ ଉପରେ ସୂଚନା ଦେଇଥିଲେ । ଏଥିରେ ୨୦ଟି ବେସରକାରୀ ବାଣିଜ୍ୟିକ ସଂସ୍ଥା ଯୋଗଦାନ କରି ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନଙ୍କର ଯୋଗ୍ୟତା ଭିତ୍ତିରେ ନାମ ପଂଜୀକରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ. ଶାଶ୍ୱତୀ ମିଶ୍ର, ବିଶ୍ୱରୂପା ଦାଶ, ଡ. ସୁକନ୍ୟା ସେନାପତି, ଡ. ସଂଜୁ ଶର୍ମା, ପ୍ରିୟଦର୍ଶିନୀ ପ୍ରଧାନ ଓ ସନ୍ତୋଷ କୁମାର ନାଥଶର୍ମା ପରିଚାଳନା କରିଥିଲେ
