ଇଂଜିନିୟର ରାଜେଶଙ୍କୁ ଆଦର୍ଶ ଯନ୍ତ୍ରୀ ସମ୍ମାନ
କଟକ : ଜାତୀୟ ଇଂଜିନୟର୍ସ ଡେ ଅବସରରେ ସାମାଜିକ ଅନୁଷ୍ଠାନ ପୂର୍ଣ୍ଣିମା ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ଜଳ ସଂପଦ ବିଭାଗର ମହାନଦୀ ସାଉଥ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଆଦର୍ଶ ଯନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଅନୁଷ୍ଠାନର ସଭାପତି ତଥା ରାଜ୍ୟ ଶିକ୍ଷା ପ୍ରାଧିକରଣର ବୈଷୟିକ ଉପଦେଷ୍ଟା ଇଂ ପ୍ରମୋଦ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୂର୍ତ୍ତ ବିଭାଗର ପ୍ରାକ୍ତନ ସଚିବ ଇଂ ଗୋପାଳକୃଷ୍ଣ ବେହେରା, ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ଇଂ ଆଲୋକ ଭୁୟାଁ, ଇଂ ଦେବୀ ପ୍ରସାଦ ନନ୍ଦ, ଇଂ ଶ୍ୱେତାଲୀନା ବିଶ୍ୱାଳ, ଇଂ ଶିଖା ଦାସ, ସାମ୍ବାଦିକ ମାନସ ପଣ୍ଡା ଓ ମଳୟ ସାହୁ ପ୍ରମୁଖ ଉପସ୍ଥିତ ରହି ରାଜେଶ ମହାନ୍ତିଙ୍କୁ ସମ୍ମାନିତ କରିଥିଲେ ।
