ଯାଦବ ସଂଘର ବୈଠକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ତଳଦୁମୁକା ମହାବୀର ପୀଠରେ ତିହିଡି ବ୍ଲକ, ଚାନ୍ଦବାଲି ବ୍ଲକ, ଧାମନଗର ବ୍ଲକ ଯାଦବ ସଂଘ କର୍ମକର୍ତ୍ତାମାନଙ୍କୁ ନେଇ ଏକ ଜରୁରୀ ବୈଠକ ବିଶିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ଭୀମସେନ ବାରିକଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବ୍ଳକର ଯାଦବମାନଙ୍କ ପକ୍ଷରୁ ବାବା ଆଖଣ୍ଡଳମଣି ପୀଠରେ ବୈଶାଖ ମାସରେ ମୁଆଁ, କୁଳେଇପଦା, ସିଂପୁର, ବାତୋଳ, ନାନ୍ଦପୁର, ବାଙ୍କମୁହାଁ, ଓଳଗ, ଷାଠିବାଙ୍କୁଡ଼ା, ବୋଡ଼କ, ଅମୃତମଣୋହି, ଦୋହରାପାଟଣା, ସୁନ୍ଦରପୁର, ପାଳସାହି, ସାଆଁଳପୁର, ରଇପୁର, କଣ୍ଟିକା, ବାଙ୍କସାହି, ଶ୍ୟାମସୁନ୍ଦରପୁର, ଉପରଦୁମୁକା, ତଳଦୁମୁକା, ପଡ଼ୋଶୀ, ଇଚ୍ଛାପୁର, କଇଁଆ, ଗୁଣ୍ଡୁଳିପଡ଼ା, ଧରମପୁର, କନପୁର, ଗୁଣ୍ଠର,ଭାମଣ୍ଡା, ବଟରପଡ଼ା ଆଦି ଗ୍ରାମର ଗୋପାଳମାନେ ଜଳଲାଗି ଅଭିଷେକ କରିଆସୁଛନ୍ତି । ମାତ୍ର ଚଳିତବର୍ଷ ଏହି ଜଳଲାଗି ଅଭିଷେକ ପ୍ରକ୍ରିୟାକୁ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଯାହାକି ନିର୍ଦ୍ଦିଷ୍ଟ ୪ଟି ପଞ୍ଚାୟତ ଏବଂ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ କରାଯାଇଛି । ଫଳରେ ଗୋପାଳମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବପରି ଜଳଲାଗି ଅଭିଷେକ କରିବାକୁ ଅନୁମତି ଦିଆଯିବାକୁ ଯାଦବ ସଂଘ ପକ୍ଷରୁ ବୈଠକରେ ଦାବି କରାଯାଇଛି । ଏହା ଯଦି ନକରାଯାଏ ଯାଦବ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି । ଏହି ବୈଠକରେ ରବିନାରାୟଣ ମହାକୁଡ଼, ପ୍ରତାପ ମହାକୁଡ଼, ସର୍ବେଶ୍ୱର ବେହେରା, ବେଣୁଧର ସାହାଣୀ, ଦିବାକର ପଲେଇ, ରତିକାନ୍ତ ନାୟକ, କେଦାର ସାହାଣୀ, ନିମାଇଁ ଚରଣ ବାରିକ, ନୃସିଂହ ମହାକୁଡ଼, ଦୀନବନ୍ଧୁ ମହାକୁଡ଼, ଚକ୍ରଧର ନାୟକ, ରାମଚନ୍ଦ୍ର ଦାସ, ଅନିରୁଦ୍ଧ ବାରିକ, ରତିକାନ୍ତ ମହାକୁଡ଼, ସମରେନ୍ଦ୍ର ବାରିକ, କହ୍ନେଇ ଚରଣ ପରିଡ଼ା, ଜଗନ୍ନାଥ ନାୟକ, ଚନ୍ଦ୍ରମଣି ଖିଲାର, ଗଙ୍ଗାଧର ପାଣ୍ଡବ, ଅଭିମନ୍ୟୁ ବେହେରାଙ୍କ ସମେତ ଶତାଧିକ ଯାଦବ ଯୋଗ ଦେଇଥିଲେ ।
