ସିଏମସିର ଅଭିଯୋଗ ସମାଧାନ ସଭା
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ସିଡିଏ କାର୍ଯ୍ୟାଳୟରେ ଏକ ଅଭିଯୋଗ ସମାଧାନ ସଭା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଭିଯୋଗର ପ୍ରତିକାର ନେଇ ସଭାରେ ଶୁଣାଣି ହୋଇଥିଲା । ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିଥିଲେ । ସମୁଦାୟ ୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରେ ସିଏମସି ସଂପର୍କିତ ୭ଟି ଅଭିଯୋଗ ରହିଥିଲା ବେଳେ ଅନ୍ୟ ଗୋଟିଏ ଅଭିଯୋଗ ସିଡିଏର ରହିଥିଲା । ଗୋଟିଏ ଜମିବାଡି, ୩ଟି ରାସ୍ତାଘାଟ, ୨ଟି ଏନଫୋର୍ସମେଣ୍ଟ ଏବଂ ଦୁଇଟି ଅନ୍ୟ ସମ୍ବନ୍ଧିତ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି । ଅନୁଷ୍ଠିତ ସଭାରେ ଡେପୁଟି କମିଶନର, ସହକାରୀ ପ୍ଲାନିଂ ଅଫିସର, ବସ୍ତି ଉନ୍ନୟନ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
