ବାବାଜୀ ନେତ୍ରାନନ୍ଦଙ୍କ ବ୍ରଜପ୍ରାପ୍ତି
କଟକ : ବାବାଜୀ ନେତ୍ରାନନ୍ଦ ଦାସଙ୍କ ୭୩ ବର୍ଷ ବୟସରେ ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ବ୍ରଜପ୍ରାପ୍ତି ହୋଇଯାଇଛି । ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ସ୍ୱର୍ଗତ ବାବାଜୀ ନେତ୍ରାନନ୍ଦଙ୍କୁ ହରିବୋଲ, ନାମ କୀର୍ତନ ସହ ସମାଧି ପୀଠକୁ ନିଆଯାଇଥିଲା । ବ୍ରହ୍ମଚାରୀ ବାବାଜୀ ସତ୍ୟାନନ୍ଦ ଦାସ, ବାବାଜୀ ବିବେକାନନ୍ଦ ଦାସ, ବାବାଜୀ ପୂର୍ଣ୍ଣାନନ୍ଦ ଦାସ, ବାବାଜୀ ରାମକୃଷ୍ଣ ଦାସ, ବାବାଜୀ ଆତ୍ମାକୃଷ୍ଣ ଦାସ, ସେବିକା ସବିତା ଦାସ, ଶକୁନ୍ତଳା ଦାଶ, ସନ୍ୟାସିନୀ ଗୋପୀ ଦେବୀଙ୍କ ସମେତ ବହୁ ସାଧୁ ସନ୍ଥ ଉପସ୍ଥିତ ଥିଲେ । ପ୍ରତ୍ୟୁଷରେ ଏହି ଖବର ପ୍ରଚାର ହେବା ପରେ ବିଭିନ୍ନ ଶାଖା ଆଶ୍ରମର ସେବକ, ସେବିକା, ଭକ୍ତମାନେ ଆଶ୍ରମକୁ ଆସି ତାଙ୍କର ଶେଷଦର୍ଶନ କରିଥିଲେ । ସ୍ୱର୍ଗତ ବାବାଜୀ ନେତ୍ରାନନ୍ଦ ଆଶ୍ରମର ରୋଷଶାଳା ଦାୟିତ୍ୱରେ ଥିଲେ ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଥିଲା ବେଳେ ଯେ କୈାଣସି ସାଧୁ ସନ୍ଥ ହୁଅନ୍ତୁ ବା ସାଧାରଣ ଲୋକ ଆଶ୍ରମକୁ ଆସିଲେ ସେ ଅବିଳମ୍ବେ ପ୍ରସାଦ ବାଢି ଦେଇଥିଲେ ବୋଲି କହିଛନ୍ତି । ଏହି ଉପଲକ୍ଷେ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇ ସମୂହ ପ୍ରାର୍ଥନା କରାଯାଇଥିଲା । ୧୯୪୯ ମସିହାରେ ପଶ୍ଚିମ ଓଡିଶା ପଦ୍ମପୁରର ବୁଧାପାଲି ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ଭାରତର ବିଭିନ୍ନ ଧର୍ମାନୁଷ୍ଠାନ ପରିଭ୍ରମଣ କରି ଶେଷରେ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ।
